ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଛତ୍ରପୁର ପିଏଚଡି ହେଡ୍ କ୍ଲର୍କଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଜନସ୍ୱାସ୍ଥ୍ୟ ବିଭାଗ ଅଫିସର ହେଡ୍ କ୍ଲର୍କ ମହେନ୍ଦ୍ର ପଣ୍ଡାଙ୍କ ବ୍ରହ୍ମପୁରସ୍ଥିତି ବାସଭବନରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସହରର ସେଲ୍ ଟ୍ୟାକ୍ସ ଛକ ନିକଟରେ ଅସୀମା ଆପାର୍ଟମେଣ୍ଟରେ ଥିବା ତାଙ୍କର ବାସଭବନର ଉପରେ ଚଢ଼ାଉ କରିଛନ୍ତି। ଭିଜିଲାନ୍ସର ଅଧିକାରୀମାନେ ତାଙ୍କର ସଂପତ୍ତିର ଆକଳନ କରୁଛନ୍ତି ଓ ବିଭିନ୍ନ କାଗଜପତ୍ରର ଯାଞ୍ଚ କରିଛନ୍ତି।  ସେହିପରି ଛତ୍ରପୁର ଜନସ୍ୱାସ୍ଥ୍ୟ ବିଭାଗ ଅଫିସ୍ ଓ ବ୍ରହ୍ମପୁରରେ ଥିବା ମହେନ୍ଦ୍ରଙ୍କ […]

brahampur

Rakesh Mallick
  • Published: Monday, 09 November 2015
  • , Updated: 09 November 2015, 10:13 AM IST

ବ୍ରହ୍ମପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଜନସ୍ୱାସ୍ଥ୍ୟ ବିଭାଗ ଅଫିସର ହେଡ୍ କ୍ଲର୍କ ମହେନ୍ଦ୍ର ପଣ୍ଡାଙ୍କ ବ୍ରହ୍ମପୁରସ୍ଥିତି ବାସଭବନରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସହରର ସେଲ୍ ଟ୍ୟାକ୍ସ ଛକ ନିକଟରେ ଅସୀମା ଆପାର୍ଟମେଣ୍ଟରେ ଥିବା ତାଙ୍କର ବାସଭବନର ଉପରେ ଚଢ଼ାଉ କରିଛନ୍ତି। ଭିଜିଲାନ୍ସର ଅଧିକାରୀମାନେ ତାଙ୍କର ସଂପତ୍ତିର ଆକଳନ କରୁଛନ୍ତି ଓ ବିଭିନ୍ନ କାଗଜପତ୍ରର ଯାଞ୍ଚ କରିଛନ୍ତି।  ସେହିପରି ଛତ୍ରପୁର ଜନସ୍ୱାସ୍ଥ୍ୟ ବିଭାଗ ଅଫିସ୍ ଓ ବ୍ରହ୍ମପୁରରେ ଥିବା ମହେନ୍ଦ୍ରଙ୍କ ଅନ୍ୟ ଏକ ଘରେ ମଧ୍ୟ ଚଢ଼ାଉ କରାଯାଇଛି।

Related story