ବ୍ରହ୍ମପୁର: ଦୁଇଟି ମାମଲାର ବିଚାର ଲାଗି ଏଡିଜେ କୋର୍ଟରେ ସବ୍ୟସାଚୀ ହାଜର

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଦୁଇଟି ମାମଲାର ବିଚାର ଲାଗି ଆଜି ବ୍ରହ୍ମପୁର ଏଡ଼ିଜେ କୋର୍ଟରେ ହାଜର କରାଯାଇଥିଲା। ବ୍ରହ୍ମପୁରର ମଙ୍ଗଳବାରମ୍ ପେଟା ସାହିରେ ଏକ ଘରୁ ଗିରଫ ଘଟଣା ଓ ଦଣ୍ଡପାଣି ମହାନ୍ତିଙ୍କ ଘର ନିକଟରୁ ଜଣେ ମାଓ ସମର୍ଥକ ଗିରଫ ଘଟଣାକୁ ନେଇ ସବ୍ୟସାଚୀଙ୍କ ନାଁରେ ଦୁଇଟି ମାମଲାର ଏବେ ବିଚାର ଚାଲିଛି। ସେପଟେ ସୂଚନା ଅଧିକାର ଆଇନ୍ ବଳରେ ତାଙ୍କ ନାଁରେ ଓଡ଼ିଶାରେ ଥିବା ସମସ୍ତ ମାମଲା ସମ୍ପର୍କରେ ସବ୍ୟସାଚୀ ଜାଣିବାକୁ ଚାହିଁଛନ୍ତି। […]

pands

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 11:15 AM IST

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଦୁଇଟି ମାମଲାର ବିଚାର ଲାଗି ଆଜି ବ୍ରହ୍ମପୁର ଏଡ଼ିଜେ କୋର୍ଟରେ ହାଜର କରାଯାଇଥିଲା। ବ୍ରହ୍ମପୁରର ମଙ୍ଗଳବାରମ୍ ପେଟା ସାହିରେ ଏକ ଘରୁ ଗିରଫ ଘଟଣା ଓ ଦଣ୍ଡପାଣି ମହାନ୍ତିଙ୍କ ଘର ନିକଟରୁ ଜଣେ ମାଓ ସମର୍ଥକ ଗିରଫ ଘଟଣାକୁ ନେଇ ସବ୍ୟସାଚୀଙ୍କ ନାଁରେ ଦୁଇଟି ମାମଲାର ଏବେ ବିଚାର ଚାଲିଛି।

ସେପଟେ ସୂଚନା ଅଧିକାର ଆଇନ୍ ବଳରେ ତାଙ୍କ ନାଁରେ ଓଡ଼ିଶାରେ ଥିବା ସମସ୍ତ ମାମଲା ସମ୍ପର୍କରେ ସବ୍ୟସାଚୀ ଜାଣିବାକୁ ଚାହିଁଛନ୍ତି। ରାୟଗଡ଼ା, କନ୍ଧମାଳ ଓ ଗଜପତି ଜିଲ୍ଲାରେ ତାଙ୍କ ବିରୋଧରେ ଥିବା ମାମଲାର ବିଚାର ପାଇଁ କୋର୍ଟରେ ହାଜର କରା ନ ଗଲେ ଆସନ୍ତାକାଲିଠାରୁ ଅନଶନ କରିବେ ବୋଲି କହିଛନ୍ତି ସବ୍ୟସାଚୀ।

Related story