ବହ୍ମପୁର: ସମ୍ପତ୍ତି ଲୋଭରେ ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅନ୍ତର୍ଗତ ସିନ୍ଦିଖାଲିରେ ଜଣେ ଯୁବକ ନିଜ ଦାଦା ଓ ଖୁଡ଼ିଙ୍କୁ ଶନିବାର ବିଳମ୍ବିତ ରାତିରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦୁଇଜଣ ହେଲେ କୃଷ୍ଣ ପ୍ରଧାନ ଓ ଦମୟନ୍ତୀ ପ୍ରଧାନ। ପୁତୁରା ତପନ ପ୍ରଧାନ ତାଙ୍କ ଅନ୍ୟଜଣେ ସମ୍ପର୍କୀୟଙ୍କ ସହ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଏକ କଟୁରୀ ମଧ୍ୟ ଜବତ କରାଯାଇଛି।
ବ୍ରହ୍ମପୁର ଏସପି କହିଛନ୍ତି, ପୋଲିସ ଘଟଣାର ତଦନ୍ତ କରୁଛି। କୃଷ୍ଣ ପ୍ରଧାନ ଓ ତାଙ୍କ ସ୍ତ୍ରୀଙ୍କୁ ସମ୍ପତ୍ତି ପାଇଁ ହତ୍ୟା କରାଯାଇ ଥାଇପାରେ।