ଭାଇକୁ ମାରିଲା ଭାଇ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମାଉସୀ ପୁଅ ଭାଇର ଛୁରା ମାଡ଼ରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଡି.ଚିନ୍ନାରାଓ। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ତାଙ୍କ ନାଁ ବି. ଉମେଶ। ଚିନ୍ନାରାଓଙ୍କ ମାଉସୀଙ୍କ ଘରେ ପାରିବାରିକ କଳହ ହୋଇଥିଲା। ଏହି ଘଟଣାରେ ମାଉସୀଙ୍କ ପୁଅ ଉମେଶଙ୍କୁ ବୁଝାଇବା ପାଇଁ ସେ ସେଠାକୁ ଯାଇଥିଲେ। ତେବେ ଉମେଶ ଉତ୍ତେଜିତ ହୋଇ ଏକ […]

parala

Rakesh Mallick
  • Published: Thursday, 02 February 2017
  • , Updated: 02 February 2017, 01:08 PM IST

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ମାଉସୀ ପୁଅ ଭାଇର ଛୁରା ମାଡ଼ରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଡି.ଚିନ୍ନାରାଓ। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ତାଙ୍କ ନାଁ ବି. ଉମେଶ।

ଚିନ୍ନାରାଓଙ୍କ ମାଉସୀଙ୍କ ଘରେ ପାରିବାରିକ କଳହ ହୋଇଥିଲା। ଏହି ଘଟଣାରେ ମାଉସୀଙ୍କ ପୁଅ ଉମେଶଙ୍କୁ ବୁଝାଇବା ପାଇଁ ସେ ସେଠାକୁ ଯାଇଥିଲେ। ତେବେ ଉମେଶ ଉତ୍ତେଜିତ ହୋଇ ଏକ ଧାରୁଆ ଛୁରୀରେ ଚିନ୍ନାରାଓଙ୍କୁ ଭୁସି ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଗୁରାଣ୍ଡି ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Related story