ବୁଗୁଡା ଏନଏସିର ପୂର୍ବତନ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣା: ପୋଲିସକୁ ମିଳିଛି ଠୋସ୍ ପ୍ରମାଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସିର ପୂର୍ବତନ ଚେୟାରମ୍ୟାନ ତଥା ବର୍ତ୍ତମାନର କାଉନସିଲର ବାଳକୃଷ୍ଣ ପାତ୍ର ଗୁଳିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ଠୋସ୍ ପ୍ରମାଣ ମିଳିଛି। ବାଳକୃଷ୍ଣଙ୍କୁ ୨ ଜଣ ଦୁର୍ବୃତ୍ତ ଅତି ନିକଟରୁ ଗୁଳି କରିଥିଲେ। ଘଟଣାର ତଦନ୍ତ ଲାଗି ୩ଟି ଟିମ୍ ଗଠନ କରାଯାଇଛି। ଏହି ଟିମ ହତ୍ୟାକାରୀଙ୍କୁ ଧରିବାକୁ ମଧ୍ୟ ଉଦ୍ୟମ ଜାରି ରଖିଛି ବୋଲି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଅମିତାଭ ଠାକୁର କହିଛନ୍ତି। ଫେରାର୍ ଦୁର୍ବୃତ୍ତଙ୍କୁ […]

guli-124x90

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 04:40 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଏନଏସିର ପୂର୍ବତନ ଚେୟାରମ୍ୟାନ ତଥା ବର୍ତ୍ତମାନର କାଉନସିଲର ବାଳକୃଷ୍ଣ ପାତ୍ର ଗୁଳିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ଠୋସ୍ ପ୍ରମାଣ ମିଳିଛି। ବାଳକୃଷ୍ଣଙ୍କୁ ୨ ଜଣ ଦୁର୍ବୃତ୍ତ ଅତି ନିକଟରୁ ଗୁଳି କରିଥିଲେ। ଘଟଣାର ତଦନ୍ତ ଲାଗି ୩ଟି ଟିମ୍ ଗଠନ କରାଯାଇଛି। ଏହି ଟିମ ହତ୍ୟାକାରୀଙ୍କୁ ଧରିବାକୁ ମଧ୍ୟ ଉଦ୍ୟମ ଜାରି ରଖିଛି ବୋଲି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜି ଅମିତାଭ ଠାକୁର କହିଛନ୍ତି। ଫେରାର୍ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଗୋଟିଏ ଟିମ ଜିଲ୍ଲା ବାହାରକୁ ଯାଇଛି। ବାଳକୃଷ୍ଣଙ୍କୁ କିଏ ଓ କାହିଁକି ହତ୍ୟା କଲା, ହତ୍ୟା ପଛରେ ରାଜନୈତିକ ଶତ୍ରୁତା ରହିଛି ନା ବ୍ୟାବସାୟିକ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଗଲା ତାହା ସ୍ପଷ୍ଟ ହୋଇନି। ଏସବୁ ଦିଗକୁ ନେଇ ପୋଲିସ ତନାଘନା ଜାରି ରଖିଛି। ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ ଜାରି ରଖିଛି।

ମଙ୍ଗଳବାର ପୂର୍ବାହ୍ନରେ ଘରକୁ ଫେରୁଥିବା ବେଳେ ବାଳକୃଷ୍ଣଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଘଟଣାର ପ୍ରତିବାଦରେ ବୁଗୁଡ଼ା ସହରରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା।

Related story