ଭିଜିଲାନ୍ସ ଜାଲରେ ସର୍ଜରୀ ଡାକ୍ତର

ସମ୍ୱଲପୁର: ଅପରେସନ ପାଇଁ ବୁର୍ଲା ମେଡ଼ିକାଲର ସର୍ଜରୀ ବିଭାଗ ଆସୋସିଏଟ ପ୍ରଫେସର ସରୋଜ କୁମାର ସେଠୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ରାସାୟନିକ ଦ୍ରବ୍ୟ ବୋଳା ୧୦,୦୦୦ ଟଙ୍କା ଜବତ କରିଛନ୍ତି। ଏକଶିରା ଅପରେଶନ ପାଇଁ ଜଣେ ରୋଗୀଙ୍କ ସମ୍ପର୍କିୟ ଚରଣ ଭୋଇଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଫେସର ସେଠୀ। ଏ ସମ୍ପର୍କରେ ଚରଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଚରଣ ଆଜି ସେଠୀଙ୍କୁ ରାସାୟନିକ ଦ୍ରବ୍ୟ […]

vigilance

Rakesh Mallick
  • Published: Thursday, 01 December 2016
  • , Updated: 01 December 2016, 06:12 PM IST

ସମ୍ୱଲପୁର: ଅପରେସନ ପାଇଁ ବୁର୍ଲା ମେଡ଼ିକାଲର ସର୍ଜରୀ ବିଭାଗ ଆସୋସିଏଟ ପ୍ରଫେସର ସରୋଜ କୁମାର ସେଠୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କଠାରୁ ରାସାୟନିକ ଦ୍ରବ୍ୟ ବୋଳା ୧୦,୦୦୦ ଟଙ୍କା ଜବତ କରିଛନ୍ତି।

ଏକଶିରା ଅପରେଶନ ପାଇଁ ଜଣେ ରୋଗୀଙ୍କ ସମ୍ପର୍କିୟ ଚରଣ ଭୋଇଙ୍କଠାରୁ ୧୦,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ପ୍ରଫେସର ସେଠୀ। ଏ ସମ୍ପର୍କରେ ଚରଣ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଚରଣ ଆଜି ସେଠୀଙ୍କୁ ରାସାୟନିକ ଦ୍ରବ୍ୟ ବୋଳା ଟଙ୍କା ଦେଇଥିଲେ। ଏହି ସମୟରେ ସାଦା ପୋଷାକରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ।

Related story