କଟକ: ଡାଲି ବ୍ୟବସାୟୀ ମହମ୍ମଦ ଫାରୁକ ତୟବ ହତ୍ୟାକାଣ୍ଡ ମାମଲାରେ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ କଟକ ଏସ୍ଡିଜେଏମ୍କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କ ସହିତ ସାର୍ପ ସୁଟର ଆରିଫ୍ ଖାଁଙ୍କ ନାଁ ରହିଛି। ଏହି ତିନି ଜଣଙ୍କ ନାଁରେ ଆଇପିସି ଧାରା ୩୦୨, ୩୦୭, ୧୨୦ବି, ୩୪ ଏବଂ ଆର୍ମସ୍ଆକ୍ଟର ଧାରା ୨୫ ଓ ୨୭ ଅନୁଯାୟୀ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି।
ଏହା ପୂର୍ବରୁ ଫାରୁକ ହତ୍ୟାକାଣ୍ଡ ମାମଲାରେ ୫ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଦୀପକ କୁମାର ନାୟକ ଫେରାର ଅଛି।
୨୦୧୪ ନଭେମ୍ବର ୧୨ ତାରିଖରେ କଟକ ମାଲଗୋଦାମରେ ଫାରୁକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିନା ଶାର୍ଟରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରକୁ ପଠାଇଲେ ପ୍ରିନ୍ସିପାଲ
ଦଶମ ପରୀକ୍ଷା ସରିଲା ବୋଲି ଖୁିସିରେ ଜଣେ ଜଣକ ଶାର୍ଟରେ ଶୁଭେଚ୍ଛା ଲେଖି ସେଲିବ୍ରେସନ କରୁଥିଲେ ଛାତ୍ରୀ। ପ୍ରିନ୍ସିପାଲଙ୍କୁ ଏହା ପସନ୍ଦ ନଆସିବାରୁ ପ୍ରାୟ ଶହେ ଛାତ୍ରୀଙ୍କୁ ଶାର୍ଟ ଖୋଲି ଘରକୁ ଯିବାକୁ ବାଧ୍ୟ କରାଯାଇଥିଲା।
Crime
ପ୍ରସୂତିଙ୍କ ଚିକିତ୍ସା ଅଧାରୁ ଛାଡ଼ି ପଳାଇଥିଲେ ଡାକ୍ତର; ୧୧ କୋଟି ଜୋରିମାନା କଲେ କୋର୍ଟ
ପ୍ରସବ ପରେ ଅତ୍ୟଧିକ ରକ୍ତସ୍ରାବ ହୋଇ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଚିକିତ୍ସା ଅଧାରୁ ପାଣି ପିଇବାକୁ କହି କେଉଁଆଡ଼େ ପଳାଇଥିଲେ ଦୁଇ ଡାକ୍ତର।
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Crime
ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ, ଭିଡିଓ ଭାଇରାଲ ପରେ ମାମଲା ରୁଜୁ
ଆଗରୁ ଟ୍ରାଫିକ ନିୟମ ଭାଙ୍ଗି ୧୦ ଥର ଜୋରିମାନା ଦେଇଥିଲେ। ଏବେ ପୁଣି ବାନ୍ଧବୀଙ୍କୁ ଧରି ଚଳନ୍ତା ବାଇକରେ ରୋମାନ୍ସ କରୁଥିଲେ।
Crime
ଅଭିନବ ଠକେଇ: ସନ୍ତାନହୀନ ମହିଳାଙ୍କୁ ଗର୍ଭବତୀ କଲେ ୫ ଲକ୍ଷ ମିଳିବ କହି ଲୋକଙ୍କ କରୁଥିଲେ ଚଳୁ
ଦେଶର ଏକାଧିକ ରାଜ୍ୟରେ ଚାଲୁଥିଲା ଏହି ରାକେଟ୍। ଏମାନଙ୍କ ଜାଲରେ ଯିଏ ଫସିଲା, ତାକୁ ବିଭିନ୍ନ ପର୍ଯ୍ୟାୟରେ ରେଜିଷ୍ଟ୍ରେସନ ପାଇଁ ୫୦୦ରୁ ୨୦ହଜାର ଟଙ୍କା ଆଦାୟ କରାଯାଉଥିଲା।