ଚିହ୍ନା ଲୋକଙ୍କ ଦ୍ୱାରା ଭୁବନେଶ୍ୱରରେ ବଢି ଚାଲିଛି ଲୁଟ ଓ ହତ୍ୟା ଘଟଣା: ଟାର୍ଗେଟରେ ସିନିୟର ସିଟିଜେନ୍

ଭୁବନେଶ୍ୱର: ଚିହ୍ନା ଓ ପରିଚିତ ଲୋକଙ୍କ ଦ୍ୱାରା ରାଜଧାନୀରେ ବଢ଼ିଚାଲିଛି ଲୁଟ ଓ ହତ୍ୟା ଘଟଣା। ସେ ଚାକରାଣୀ, ସିକ୍ୟୁରିଟି ଗାର୍ଡ, ରୋଷେୟା ହୁଅନ୍ତୁ ଅବା ଡ୍ରାଇଭର କି ଭଡାଟିଆ। କେତେବେଳେ ସିଧାସଳଖ ତ ପୁଣି କେତେବେଳେ ଷଡ଼ଯନ୍ତ୍ରରେ ସାମିଲ ରହି ଏମାନେ ଘଟାଉଛନ୍ତି ଚାଞ୍ଚଲ୍ୟକର  ଘଟଣା। ୨୦୧୨ ମସିହା ଫ୍ରେବୃଆରୀ ୧୯ ତାରିଖରେ ଖଣ୍ଡଗିରିବାରି  ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ବଳରାମ ସାହୁଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଏଠି ବି ସେହି ଚିହ୍ନା ପରିଚିତ […]

sinier citizen2

Rakesh Mallick
  • Published: Tuesday, 17 November 2015
  • , Updated: 17 November 2015, 03:49 PM IST

ଭୁବନେଶ୍ୱର: ଚିହ୍ନା ଓ ପରିଚିତ ଲୋକଙ୍କ ଦ୍ୱାରା ରାଜଧାନୀରେ ବଢ଼ିଚାଲିଛି ଲୁଟ ଓ ହତ୍ୟା ଘଟଣା। ସେ ଚାକରାଣୀ, ସିକ୍ୟୁରିଟି ଗାର୍ଡ, ରୋଷେୟା ହୁଅନ୍ତୁ ଅବା ଡ୍ରାଇଭର କି ଭଡାଟିଆ। କେତେବେଳେ ସିଧାସଳଖ ତ ପୁଣି କେତେବେଳେ ଷଡ଼ଯନ୍ତ୍ରରେ ସାମିଲ ରହି ଏମାନେ ଘଟାଉଛନ୍ତି ଚାଞ୍ଚଲ୍ୟକର  ଘଟଣା।

୨୦୧୨ ମସିହା ଫ୍ରେବୃଆରୀ ୧୯ ତାରିଖରେ ଖଣ୍ଡଗିରିବାରି  ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ବଳରାମ ସାହୁଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଏଠି ବି ସେହି ଚିହ୍ନା ପରିଚିତ ଲୋକ ଥିଲେ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର। ଘରେ କାମ କରୁଥିବା ଜଣେ ମିସ୍ତ୍ରୀ ଓ ତାର ସହଯୋଗୀ ପ୍ରତିଶୋଧ ନେବା ପାଇଁ ଭିଆଇଥିଲେ ହତ୍ୟାକାଣ୍ଡ।

୨୦୧୨ ମସିହା ସେପଟେମ୍ୱର ୧୪ ତାରିଖରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ପାଣିଗ୍ରାହୀ ଦମ୍ପତ୍ତିଙ୍କୁ ନିର୍ମମ ହତ୍ୟା କରିଥିଲେ। ହତ୍ୟାକାରୀ ପୂର୍ବରୁ ଏହି ଦମ୍ପତ୍ତିଙ୍କ ଘରେ ଭଡାଟିଆ ଭାବେ ରହୁଥିଲେ । ଏ ଜଘନ୍ୟ କାଣ୍ଡରେ ସାମିଲ ଥିଲା ଘରପାଖର ଜଣେ ପାନ ଦୋକାନୀ। ହତ୍ୟାର ଉଦ୍ଦେଶ୍ୟ ଥିଲା ଲୁଟ୍।

୨୦୧୩ ମସିହା ସେପ୍ଟେମ୍ୱର ମାସ୧୧ ତାରିଖରେ ରସୁଲଗଡ଼ ଅଞ୍ଚଳର ଘଟିଥିଲା ବଚନ ସୁଦ୍ଧା ହତ୍ୟାକାଣ୍ଡ। ସ୍ୱାମୀ ଘରେ ନ ଥିବାବେଳେ ବଚନସୁଦ୍ଧାଙ୍କୁ ନର୍ମମ ଭାବେ ହତ୍ୟା କରିଥିଲା ତାଙ୍କ ସିକ୍ୟୁରିଟି ଗାର୍ଡ। ହତ୍ୟାର ଉଦ୍ଦେଶ୍ୟଥିଲା ପ୍ରତିଶୋଧ ଓ ଲୁଟ୍।

୨୦୧୫ ମସିହା ନଭେମ୍ବର ମାସ ୧୫ ତାରିଖରେ ଶୈଳଶ୍ରୀବିହାର ଡାକ୍ତର ଦମ୍ପତ୍ତିକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାର ତିନି ଦିନ ପରେ ବି ଫିଟିପାରିନି ଏ ହତ୍ୟାକାଣ୍ଡର ରହସ୍ୟ। ହେଲେ ପୋଲିସର ସନ୍ଦେହ ଏଠିବି ଥାଇପାରେ ଚିହ୍ନାଜଣା ଲୋକଙ୍କ ପ୍ରତ୍ୟେକ୍ଷ କିମ୍ୱା ପରୋକ୍ଷ ହାତ ରହିଥାଏ ବୋଲି କହିଛନ୍ତି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା।

ଅନ୍ୟପକ୍ଷରେ ସବୁଠାରୁ ବଡ଼ କଥା ହେଉଛି ଏସବୁ ଘଟଣାରେ ଟାର୍ଗେଟ୍ ହୋଇଛନ୍ତି ସିନିୟର ସିଟିଜେନ୍। କ୍ରମବର୍ଦ୍ଧିଷ୍ଣୁ ଏ ଅପରାଧର ଟ୍ରେଣ୍ଡ ଆତଙ୍କିତ କରିଛି ରାଜଧାନୀର ସିନିୟର ସିଟିଜେନଙ୍କୁ। ବରିଷ୍ଠ ନାଗରିକ ସୁରେନ୍ଦ୍ର ନାଥ ପଣ୍ଡା କହିଛନ୍ତି ଯେ, ରାଜଧାନୀର ବହୁ ଘରେ ଏବେ କେବଳ ବରିଷ୍ଠ ନାଗରିକମାନେ ରହୁଛନ୍ତି। ଅନ୍ୟ ପରିବାର ବର୍ଗ ଘରଠାରୁ ଦୂରରେ ରହୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ବରିଷ୍ଠ ନାଗରିକ ମାନେ ସତ୍ତର୍କ ରହିବା ଉଚିତ ବୋଲି ସେ କହିଛନ୍ତି। ଏନେଇ ଅବସରପ୍ରାପ୍ତ ପୋଲିସ ଡିଜି ଏସ୍.ଏନ୍. ତିୱାରୀ କହିଛନ୍ତି ଯେ ପୋଲିସ ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ଯତ୍ନବାନ ହେଉ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟେଲିଫୋନ୍ ଲାଇନର ବ୍ୟବସ୍ଥା କରୁ ।

ଶୈଳଶ୍ରୀ ବିହାର ଡାକ୍ତର ଦମ୍ପତି ହତ୍ୟା ରହସ୍ୟ ଉନ୍ମୋଚନ ସହ ଘରେ ଏକାକୀ ରହୁଥିବା ବରିଷ୍ଠ ନାଗରିକଙ୍କ ସୁରକ୍ଷା କମିଶନରେଟ୍ ପୋଲିସ୍ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Related story