କଟକ: ଗେପାଳପୁର ପାଇକ ସାହି ଅଞ୍ଚଳରେ ବେଆଇନ୍ ଭାବେ ଚାଲିଥିବା ଏକ କରତକଳ ଉପରେ ବନ ବିଭାଗ ଓ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉବେଳେ ଶାଳ, ଶାଗୁଆନ ଭଳି ବହୁ ମୂଲ୍ୟବାନ କାଠ ସହ ଠାକ ସାମଗ୍ରୀ ଜବତ କରାଯାଇଛି। ଭିଜିଲାନ୍ସ ବିଭାଗର କଟକ ସେଲ୍ ଓ ଫୁଲନଖରା ଫରେଷ୍ଟ ରେଞ୍ଜର ପାଖାପାଖି ୫୦ ଜଣ ସହସ୍ୟ ଏହି ଚଢାଉରେ ସାମିଲ ହୋଇଥିଲେ। ଦୀର୍ଘଦିନ ଧରି ଏଠାରେ ଏହି ବେଆଇନ କରତକଳ ଚାଲୁଥିବା ଅଭିଯୋଗ ହୋଇ ଆସୁଥିଲା। କରତକଳ ଯନ୍ତ୍ରାଂଶ ଜବତ କରାଯିବା ସହ ଏହାକୁ ସିଲ୍ କରିଦିଆଯାଇଛି।