କଟକ: ବିରୂପା ନଦୀ ପୋଲରୁ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

କଟକ: ଜଗତପୁର ନିକଟ ବିରୂପା ନଦୀ ପୋଲ ଉପରୁ ଆଜି ଜଣେ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ସାଲେପୁର ଅନ୍ତର୍ଗତ ମାଲି ଗାଁର ରମେଶ ଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି। କିଛିବର୍ଷ ହେଲା ରମେଶ କଟକ ସହରରେ ଅଟୋ ଚଳାଉଥିଲେ। ଆଜି ସକାଳେ ବିରୂପା ନଦୀ ଅଞ୍ଚଳର ଲୋକେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଥାନାରେ ଜଣାଇଥିଲେ। ଫରେନସିକ ଟିମ୍ ଓ ସନ୍ଧାନୀ କୁକୁର ସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି […]

cuttack

Rakesh Mallick
  • Published: Saturday, 21 November 2015
  • , Updated: 21 November 2015, 12:04 PM IST

କଟକ: ଜଗତପୁର ନିକଟ ବିରୂପା ନଦୀ ପୋଲ ଉପରୁ ଆଜି ଜଣେ ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ସାଲେପୁର ଅନ୍ତର୍ଗତ ମାଲି ଗାଁର ରମେଶ ଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି। କିଛିବର୍ଷ ହେଲା ରମେଶ କଟକ ସହରରେ ଅଟୋ ଚଳାଉଥିଲେ।

ଆଜି ସକାଳେ ବିରୂପା ନଦୀ ଅଞ୍ଚଳର ଲୋକେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଥାନାରେ ଜଣାଇଥିଲେ। ଫରେନସିକ ଟିମ୍ ଓ ସନ୍ଧାନୀ କୁକୁର ସହ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିଲା। ଧାରୁଆ ଅସ୍ତ୍ରରେ ରମେଶଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଓ ହତ୍ୟାକରୀଙ୍କ ସମ୍ପର୍କରେ କିଛି ଜଣାପଡି ନ ଥିବା ପୋଲିସ କହିଛି।

Related story