କଟକ: ନାବାଳିକାଙ୍କୁ ନିର୍ଯାତନା ଅଭିଯୋଗ

କଟକ: କଟକ ଚାଉଳିଆଗଞ୍ଜ କୈବଲ୍ୟ ନଗରରେ ନାବାଳିକାକୁ ନିର୍ଯାତନା ଅଭିଯୋଗ ହୋଇଛି। ଶନିବାର ଅପରାହ୍ନରେ ନାବାଳିକାକୁ ତାର ଜଣେ ପରିଚିତ ବ୍ୟକ୍ତି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା କଟକ ଚାଇଲ୍ଡ ଲାଇନ ଅଭିଯୋଗ କରିଛନ୍ତି। ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଓ କଟକ ଶିଶୁ ସୁରକ୍ଷା ଅଧିକାରୀ ମିଳିତ ଭାବେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଶିଶୁ ଭବନରେ ଭର୍ତ୍ତି କରିଛନ୍ତି। ପିଡୀତା ମା’ଙ୍କର ଜଣେ ପୁରୁଷ ସମ୍ପର୍କୀୟ ନାବାଳିକା ଜଣଙ୍କୁ ଏହି […]

ctc

Rakesh Mallick
  • Published: Saturday, 07 November 2015
  • , Updated: 08 November 2015, 04:38 AM IST

କଟକ: କଟକ ଚାଉଳିଆଗଞ୍ଜ କୈବଲ୍ୟ ନଗରରେ ନାବାଳିକାକୁ ନିର୍ଯାତନା ଅଭିଯୋଗ ହୋଇଛି। ଶନିବାର ଅପରାହ୍ନରେ ନାବାଳିକାକୁ ତାର ଜଣେ ପରିଚିତ ବ୍ୟକ୍ତି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା କଟକ ଚାଇଲ୍ଡ ଲାଇନ ଅଭିଯୋଗ କରିଛନ୍ତି। ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଓ କଟକ ଶିଶୁ ସୁରକ୍ଷା ଅଧିକାରୀ ମିଳିତ ଭାବେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଶିଶୁ ଭବନରେ ଭର୍ତ୍ତି କରିଛନ୍ତି।

ପିଡୀତା ମା’ଙ୍କର ଜଣେ ପୁରୁଷ ସମ୍ପର୍କୀୟ ନାବାଳିକା ଜଣଙ୍କୁ ଏହି ନିର୍ଯାତନା ଦେଇଥିବା ଚାଇଲ୍ଡ ଲାଇନ ଅଧିକାରୀ କହିଛନ୍ତି। ଏହା ପଛରେ କ’ଣ କାରଣ ରହିଛି ଅଥବା ଘଟଣା ପଛର ସମ୍ପୂର୍ଣ୍ଣ ତଥ୍ୟା ପଦାକୁ ନ ଆସିଥିଲେ ସୁଦ୍ଧା ଘଟଣାର ଗୁରୁତ୍ୱ ଅନୁଭବ କରି ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଆଇନର ସହାୟତା ନେବା ପାଇଁ ଯୋଜନା କରୁଛନ୍ତି। ଅନ୍ୟପକ୍ଷରେ ପିଡୀତାଙ୍କ ଅବସ୍ଥା ସ୍ଥିର ଥିବା ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା କହିଛନ୍ତି ।

Related story