କଟକ: ନାବାଳିକାକୁ  ଅସଦାଚରଣ ଘଟଣା, ମା’ ସହ ଦୁଇ ଗିରଫ

କଟକ: କଟକରେ ଗତକାଲି ଜଣେ ନାବାଳିକାକୁ ଅସଦାଚରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ନାବାଳିକାର ମାଆକୁ ଗିରଫ କରିଛି। ଘଟଣା ଦୁର୍ଭାଗ୍ୟଜନକ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ପୀଡିତା ନାବାଳିକାକୁ ମାଗଣା ଚିକିତ୍ସା ଯୋଗାଇବା ସହ ତାକୁ ଉପଯୁକ୍ତ ଥଇଥାନ କରାଯିବ ବୋଲି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି । ଶନିବାର କଟକ ଚାଉଳିଆଗଞ୍ଜ କୈବଲ୍ୟ ନଗରରେ ଜଣେ ନାବାଳିକାକୁ ତାର ଜଣେ ପରିଚିତ ବ୍ୟକ୍ତି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ […]

cuttack

Rakesh Mallick
  • Published: Sunday, 08 November 2015
  • , Updated: 08 November 2015, 04:01 PM IST

କଟକ: କଟକରେ ଗତକାଲି ଜଣେ ନାବାଳିକାକୁ ଅସଦାଚରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ନାବାଳିକାର ମାଆକୁ ଗିରଫ କରିଛି। ଘଟଣା ଦୁର୍ଭାଗ୍ୟଜନକ ବୋଲି କଟକ ଜିଲ୍ଲାପାଳ କହିଛନ୍ତି। ପୀଡିତା ନାବାଳିକାକୁ ମାଗଣା ଚିକିତ୍ସା ଯୋଗାଇବା ସହ ତାକୁ ଉପଯୁକ୍ତ ଥଇଥାନ କରାଯିବ ବୋଲି କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।

ଶନିବାର କଟକ ଚାଉଳିଆଗଞ୍ଜ କୈବଲ୍ୟ ନଗରରେ ଜଣେ ନାବାଳିକାକୁ ତାର ଜଣେ ପରିଚିତ ବ୍ୟକ୍ତି ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ଚାଇଲ୍ଡ ଲାଇନ୍ କର୍ମକର୍ତ୍ତା ଓ କଟକ ଶିଶୁ ସୁରକ୍ଷା ଅଧିକାରୀ ମିଳିତ ଭାବେ ପୀଡିତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଶିଶୁଭବନରେ ଭର୍ତ୍ତି କରିଥିଲେ। ନାବାଳିକାର ମା’ଙ୍କୁ ଆଜି ଘଟଣାସ୍ଥଳକୁ ଆଣି ପୋଲିସ ପଚରାଉଚରା କରିବା ସମୟରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

Related story