କଟକ: ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ହାଜର ହେଲେ ସାରଥି

କଟକ: ସାରଥି ଓରଫ୍ ସନ୍ତୋଷ ରାଉଳକୁ କ୍ରାଇମବ୍ରାଞ୍ଚର କେସ୍ ନମ୍ୱର  ୧୭/୨୦୧୫ ମାମଲାରେ ଆଜି କଟକର ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି କୋର୍ଟରେ ହାଜର କରାଯାଇଥିଲା।  ଏହି ମାମଲାରେ  ଅନ୍ୟ ଅଭିଯୁକ୍ତ ସନ୍ତୋଷ ଗୋଚ୍ଛାୟତଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ଆଜି ସାରଥିଙ୍କ ବିରୋଧରେ ଥିବା ମାମଲାର କୌଣସି ଶୁଣାଣି ହୋଇନାହିଁ।  ସାରଥିଙ୍କୁ ପୁଣି ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୧୩ ତାରିଖରେ  ଭିଡିଓ କନଫରେନ୍ସ ଜରିଆରେ ସାରଥିଙ୍କୁ ସ୍ୱତନ୍ତ୍ର କୋର୍ଟରେ […]

sarathi

Rakesh Mallick
  • Published: Friday, 29 April 2016
  • , Updated: 29 April 2016, 12:25 PM IST

କଟକ: ସାରଥି ଓରଫ୍ ସନ୍ତୋଷ ରାଉଳକୁ କ୍ରାଇମବ୍ରାଞ୍ଚର କେସ୍ ନମ୍ୱର  ୧୭/୨୦୧୫ ମାମଲାରେ ଆଜି କଟକର ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି କୋର୍ଟରେ ହାଜର କରାଯାଇଥିଲା।  ଏହି ମାମଲାରେ  ଅନ୍ୟ ଅଭିଯୁକ୍ତ ସନ୍ତୋଷ ଗୋଚ୍ଛାୟତଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା। ଆଜି ସାରଥିଙ୍କ ବିରୋଧରେ ଥିବା ମାମଲାର କୌଣସି ଶୁଣାଣି ହୋଇନାହିଁ।  ସାରଥିଙ୍କୁ ପୁଣି ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଆସନ୍ତା ୧୩ ତାରିଖରେ  ଭିଡିଓ କନଫରେନ୍ସ ଜରିଆରେ ସାରଥିଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯିବ।

ଏହି ମାମଲାରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ମାମଲାରେ ନିମ୍ନ ଅଦାଲତରେ ଶୁଣାଣି ହୋଇପାରିବନି ବୋଲି ପୂର୍ବରୁ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

Related story