ଡି’ ଲିଙ୍କ: ଜୟପୁରରେ କ୍ରାଇମବ୍ରାଞ୍ଚର ତଦନ୍ତ

ଜୟପୁର: ଜୟପୁରରେ ଡି’ ଲିଙ୍କ୍‌ ଅଭିଯୋଗ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ଡି’ ବ୍ରଦର୍ସଙ୍କ ସହଯୋଗୀ ଭାରତ ଭୂଷଣ ସ୍ୱାଇଁ ଓ ତାଙ୍କ ସହଯୋଗୀ ଅମୂଲ୍ୟ ରଥଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିବା ମମତା  ସେଠୀଙ୍କ ସହ କ୍ରାଇମବ୍ରାଞ୍ଚ ଅଧିକାରୀ ଆଲୋଚନା କରିଛନ୍ତି। ସ୍ୱାମୀ ପ୍ରକାଶ ସେଠୀଙ୍କୁ ଭାରତ ଭୂଷଣ ଏବଂ ତାଙ୍କ ସହଯୋଗୀ ଅମୂଲ୍ୟ ରଥ ହତ୍ୟା କରିଥିବା ଆଗରୁ ମମତା ଅଭିଯୋଗ କରିଥିଲେ। ପ୍ରକାଶଙ୍କୁ ୨୦୧୪ ମାର୍ଚ୍ଚ ୩ରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବନ୍ଧପଦ୍ମନାଭପୁର […]

d-brothers2

Rakesh Mallick
  • Published: Saturday, 17 December 2016
  • , Updated: 17 December 2016, 09:47 PM IST

ଜୟପୁର: ଜୟପୁରରେ ଡି’ ଲିଙ୍କ୍‌ ଅଭିଯୋଗ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ଡି’ ବ୍ରଦର୍ସଙ୍କ ସହଯୋଗୀ ଭାରତ ଭୂଷଣ ସ୍ୱାଇଁ ଓ ତାଙ୍କ ସହଯୋଗୀ ଅମୂଲ୍ୟ ରଥଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିବା ମମତା  ସେଠୀଙ୍କ ସହ କ୍ରାଇମବ୍ରାଞ୍ଚ ଅଧିକାରୀ ଆଲୋଚନା କରିଛନ୍ତି। ସ୍ୱାମୀ ପ୍ରକାଶ ସେଠୀଙ୍କୁ ଭାରତ ଭୂଷଣ ଏବଂ ତାଙ୍କ ସହଯୋଗୀ ଅମୂଲ୍ୟ ରଥ ହତ୍ୟା କରିଥିବା ଆଗରୁ ମମତା ଅଭିଯୋଗ କରିଥିଲେ।

ପ୍ରକାଶଙ୍କୁ ୨୦୧୪ ମାର୍ଚ୍ଚ ୩ରେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବନ୍ଧପଦ୍ମନାଭପୁର ଛକରେ ଦୁର୍ବୃତ୍ତମାନେ  ଗୁଳିମାଡ଼ କରି ହତ୍ୟା କରିଥିଲେ। ଏହି ମାମଲାରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫୋର୍ସ ମୁଖ୍ୟ ଅଭିଯୁକ୍ତ ଗୟାଧର ତରେଇଙ୍କୁ ୨୦୧୫ ନଭେମ୍ବର ୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Related story