ଜେଲରୁ ମୁକୁଳିଲେ ଦେଶଦ୍ରୋହ ଅପରାଧ ମାମଲାରେ ଗିରଫ ଦଣ୍ଡପାଣି ମହାନ୍ତି

କଟକ: ଜେଲରୁ ମୁକୁଳିଲେ ଦେଶଦ୍ରୋହ ଅପରାଧ ମାମଲାରେ ଗିରଫ ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି।  ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା ଜେଲରୁ ବାହାରିବା ପରେ ସେ ଅଭିଯୋଗ କରିଚନ୍ତି। ଗତ ୧ ତାରିଖରେ ହାଇକୋର୍ଟ ଦଣ୍ଡପାଣିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ। ତାଙ୍କ ନାଁରେ ମୋଟ ୨୪ଟି ଅଭିଯୋଗ ରହିଥିଲା। ସେଥିମଧ୍ୟରୁ ୧୯ଟିରେ ସେ ପୂର୍ବରୁ ଦୋଷମୁକ୍ତ ହୋଇଥିବା ବେଳେ ଅନ୍ୟ ୪ଟି ମାମଲାରେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଶେଷ ମାମଲାରେ ଗତ ଏକ […]

Dandapani-Mohanty

Rakesh Mallick
  • Published: Thursday, 03 December 2015
  • , Updated: 03 December 2015, 03:05 PM IST

କଟକ: ଜେଲରୁ ମୁକୁଳିଲେ ଦେଶଦ୍ରୋହ ଅପରାଧ ମାମଲାରେ ଗିରଫ ମାଓ ମଧ୍ୟସ୍ଥି ଦଣ୍ଡପାଣି ମହାନ୍ତି।  ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା ଜେଲରୁ ବାହାରିବା ପରେ ସେ ଅଭିଯୋଗ କରିଚନ୍ତି। ଗତ ୧ ତାରିଖରେ ହାଇକୋର୍ଟ ଦଣ୍ଡପାଣିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ। ତାଙ୍କ ନାଁରେ ମୋଟ ୨୪ଟି ଅଭିଯୋଗ ରହିଥିଲା। ସେଥିମଧ୍ୟରୁ ୧୯ଟିରେ ସେ ପୂର୍ବରୁ ଦୋଷମୁକ୍ତ ହୋଇଥିବା ବେଳେ ଅନ୍ୟ ୪ଟି ମାମଲାରେ ସର୍ତ୍ତମୂଳକ ଜାମିନ ପାଇଥିଲେ। ଶେଷ ମାମଲାରେ ଗତ ଏକ ତାରିଖରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ। ତେବେ ବ୍ରହ୍ମପୁର କୋର୍ଟଙ୍କ ବିନା ଅନୁମତିରେ ବ୍ରହ୍ମପୁର ସହର ନଛାଡିବା ଲାଗି ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Related story