ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଙ୍କେଶ୍ୱର ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀ ବନ୍ଧରୁ ଆଜି କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ମହାସାହାଣୀ ଗାଁର ଅରବିନ୍ଦ ପ୍ରଧାନ। ତାଙ୍କ ବେକ ଓ ହାତରେ କଟା ଦାଗ ଅଛି। ଏଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଗତକାଲି ରାତିରେ ଅରବିନ୍ଦ କୌଣସି ଏକ କାମରେ ଘରୁ ବାହାରକୁ ଆସିଥିଲେ। କିନ୍ତୁ ବିଳମ୍ବିତ ରାତି ଯାଏଁ […]

ali

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 01:08 PM IST

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବାଙ୍କେଶ୍ୱର ଗାଁ ନିକଟସ୍ଥ ବ୍ରାହ୍ମଣୀ ନଦୀ ବନ୍ଧରୁ ଆଜି କ୍ଷତାକ୍ତ ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଉଛନ୍ତି ମହାସାହାଣୀ ଗାଁର ଅରବିନ୍ଦ ପ୍ରଧାନ। ତାଙ୍କ ବେକ ଓ ହାତରେ କଟା ଦାଗ ଅଛି। ଏଣୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି।

ଗତକାଲି ରାତିରେ ଅରବିନ୍ଦ କୌଣସି ଏକ କାମରେ ଘରୁ ବାହାରକୁ ଆସିଥିଲେ। କିନ୍ତୁ ବିଳମ୍ବିତ ରାତି ଯାଏଁ ସେ ଘରକୁ ଫେରି ନ ଥିଲେ। ଆଜି ସକାଳେ କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତଦେହକୁ ନଦୀବନ୍ଧରେ ଠାବ କରାଯାଇଥିଲା।

ଆଳି ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story