ଦେବଗଡ଼: ରତିବ ହତ୍ୟାକାଣ୍ଡ ଘଟଣାରେ ୩ ଗିରଫ

ଦେବଗଡ଼: ଗତ ୧ ତାରିଖରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରତିବ ଗାଁରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି। ବାରକୋଟ ପୋଲିସ୍ ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଦଳିଆ ଗାଁର ଗୋକୁଳ ମହାକୁଳ ଓ ଘୁରୁଡ଼ୁଖମଣର କାଳିଆ ମୁଣ୍ଡା ଓ ଅର୍ଜୁନ ସାମାଡ଼। ଏହି ହତ୍ୟାକାଣ୍ଡରେ ରତିବ ଗାଁର କୈଳାସ ଶବର ପ୍ରାଣ ହରାଇଥିଲେ। ଘଟଣା ଦିନ କୈଳାସ ମାଦଳିଆ ଗାଁକୁ ଯାଇଥିଲେ। ସେଠାରେ ତାଙ୍କର ଗୋକୁଳ ସହ ପାଟିତୁଣ୍ଡ […]

murderaccussed

Rakesh Mallick
  • Published: Friday, 06 November 2015
  • , Updated: 06 November 2015, 06:36 AM IST

ଦେବଗଡ଼: ଗତ ୧ ତାରିଖରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରତିବ ଗାଁରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି। ବାରକୋଟ ପୋଲିସ୍ ସେମାନଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ମାଦଳିଆ ଗାଁର ଗୋକୁଳ ମହାକୁଳ ଓ ଘୁରୁଡ଼ୁଖମଣର କାଳିଆ ମୁଣ୍ଡା ଓ ଅର୍ଜୁନ ସାମାଡ଼।

ଏହି ହତ୍ୟାକାଣ୍ଡରେ ରତିବ ଗାଁର କୈଳାସ ଶବର ପ୍ରାଣ ହରାଇଥିଲେ। ଘଟଣା ଦିନ କୈଳାସ ମାଦଳିଆ ଗାଁକୁ ଯାଇଥିଲେ। ସେଠାରେ ତାଙ୍କର ଗୋକୁଳ ସହ ପାଟିତୁଣ୍ଡ ହୋଇଥିଲା। ଉତକ୍ଷିପ୍ତ ଗୋକୁଳ ଏକ ଟାଙ୍ଗିଆରେ କୈଳାସଙ୍କ ମୁଣ୍ଡରେ ପ୍ରହାର କରିଥିଲା। ପରେ କାଳିଆ ଓ ଅର୍ଜୁନ ମୃତଦେହକୁ ଜଙ୍ଗଲରେ ପକାଇବାରେ ଗୋକୁଳକୁ ସାହାଯ୍ୟ କରିଥିଲେ। ଘଟଣାଟି ମାଓ ଅଧ୍ୟୁଷିତ ଅଞ୍ଚଳରେ ହୋଇଥିବାରୁ ତଥା କୈଳାସ ଜଣେ ପୂର୍ବତନ ଗ୍ରାମରକ୍ଷୀ ହୋଇଥିବାରୁ ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିବା ନେଇ ପ୍ରଥମେ ସନ୍ଦେହ କରାଯାଇଥିଲା। ତେବେ ପୋଲିସ୍ ଘଟଣାର ଅନୁସନ୍ଧାନ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

Related story