ଚୋରି କରିବାକୁ ଆସି ଜୀବନ ଗଲା!

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ଗାଁର ନରେନ୍ଦ୍ର ପତିଙ୍କ ଘରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ନିକଟସ୍ଥ ଗୋରଡ଼ାପାଳ ଗାଁର କେଦାର ମାଝୀ (୩୫)। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି। ନରେନ୍ଦ୍ରଙ୍କ ପରିବାର ଲୋକେ କହିଛନ୍ତି ଯେ ଗତକାଲି ରାତିରେ କେଦାର ଓ ଅନ୍ୟ ଦୁଇ ଜଣ ସେମାନଙ୍କ ଘରକୁ ଚୋରି କରିବା ପାଇଁ ଆସିଥିଲେ। […]

deadbody

Rakesh Mallick
  • Published: Friday, 02 December 2016
  • , Updated: 02 December 2016, 12:14 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ବାଇଁଶିଆ ଗାଁର ନରେନ୍ଦ୍ର ପତିଙ୍କ ଘରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତ ଯୁବକ ଜଣକ ହେଉଛନ୍ତି ନିକଟସ୍ଥ ଗୋରଡ଼ାପାଳ ଗାଁର କେଦାର ମାଝୀ (୩୫)।

ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।

ନରେନ୍ଦ୍ରଙ୍କ ପରିବାର ଲୋକେ କହିଛନ୍ତି ଯେ ଗତକାଲି ରାତିରେ କେଦାର ଓ ଅନ୍ୟ ଦୁଇ ଜଣ ସେମାନଙ୍କ ଘରକୁ ଚୋରି କରିବା ପାଇଁ ଆସିଥିଲେ। ସେମାନେ ଚୋରମାନଙ୍କୁ ଧରିବାକୁ ଉଦ୍ୟମ କରିଥିଲେ। କେଦାର ଧରା ପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣ ଖସି ଯାଇଥିଲେ। କେଦାରଙ୍କୁ ସେମାନେ ଏକ କଠୋରୀରେ ବନ୍ଦ କରି ଦେଇଥିଲେ। ଆଜି ସକାଳେ ଉକ୍ତ କଠୋରୀ ଭିତରେ ସେ ମରିପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ।

ନରେନ୍ଦ୍ର କହିଛନ୍ତି,“କେଦାରକୁ ଧରିବା ପରେ ଆମେ ଫାଣ୍ଡିକୁ ଫୋନ୍ କରିଥିଲୁ। କିନ୍ତୁ ସେମାନେ ଆସି ପାରିବେନି ବୋଲି କହିଥିଲେ। ତାକୁ ବାଇକ୍‌ରେ ଫାଣ୍ଡିକୁ ଆଣିବାକୁ ପ୍ରଥମେ କହିଥିଲେ। କିନ୍ତୁ ସେ ମଦ ପିଇଛି ବୋଲି ଆମେ କହିଥିଲୁ। ଏହା ପରେ ସେମାନେ ତାକୁ ଫାଣ୍ଡିକୁ ନେବାକୁ ମନା କରିଥିଲେ। ତାକୁ ଘରେ ଏକ ରୁମ୍‌ରେ ବନ୍ଦ କରି ରଖିବାକୁ କହିଥିଲେ। ସକାଳେ ସେମାନେ ଆସି ତାକୁ ନେଇ ଯିବେ ବୋଲି କହିଥିଲେ।”

ଢେଙ୍କାନାଳ ସଦର ଏସ୍‌ଡିପିଓ ନିରଞ୍ଜନ ପାତ୍ର କହିଛନ୍ତି,“ଘଟଣାର ତଦନ୍ତ ଚାଲିଛି। ଶବବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଉକ୍ତ ଯୁବକଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଚୋରି କରିବା ଉଦ୍ଦେଶ୍ୟରେ ଉକ୍ତ ବ୍ୟକ୍ତି ଓ ଅନ୍ୟ ଦୁଇ ଜଣ ଆସିଥିଲେ ବୋଲି ଅଭିଯୋଗ ହୋଇଛି। ଏ ନେଇ ଏକ ମାମଲା ବି ରୁଜୁ ହୋଇଛି। ତଦନ୍ତ ପରେ ସବୁ କଥା ଜଣାପଡ଼ିବ।”

ଖବର ଦିଆଯିବା ସତ୍ତ୍ୱେ ପୋଲିସ୍ ନଆସିବା ଅଭିଯୋଗ ସଂପର୍କରେ ଏସ୍‌ଡିପିଓ କହିଛନ୍ତି,“ଏହାର ବି ତଦନ୍ତ ହେବ। ପ୍ରକୃତରେ ସେମାନେ ପୋଲିସ୍‌କୁ ଫୋନ୍ କରିଥିଲେ କି ନାହିଁ ତା’ର ତଦନ୍ତ କରାଯିବ।”

Related story