ପାରିବାରିକ କଳହରୁ ବଳି ପଡ଼ିଲା ବଧୂ; ପୋଡ଼ି ମାରି ଦେଇଥିବା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ରାଧାଦେଇପୁରରେ ବଧୂହତ୍ୟା ଅଭିଯୋଗ ହୋଇଛି। ଏହି ଗାଁର ସନାତନ ବେହେରା ବର୍ଷକ ତଳେ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବଡ଼ପାଳ ଗାଁର ସୁବାସିନୀ ଗଣ୍ଡଙ୍କୁ ବିବାହ କରିଥିଲେ।

ତେବେ ଗତକାଲି ରାତିରେ ପାରବାରିକ କଳହରୁ ସୁବାସିନୀଙ୍କୁ ପୋଡ଼ି ମାରି ଦିଆଯାଇଥିବା ତାଙ୍କ ବାପ ଘର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଗଁଦିଆ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ ଗଁଦିଆ ଥାନା ଅଧିକାରୀଙ୍କ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଛନ୍ତି।