ବୁଗୁଡ଼ା ସୁନାଗହଣା ଲୁଟ୍ ମାମଲାରେ ଜଣେ ଗିରଫ

ଭଞ୍ଜନଗର: ଗତ ମାସ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ୧,୪୦୦ କିଲୋଗ୍ରାମ ସୁନାଗହଣା ଲୁଟ୍ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ତା’ଠାରୁ ୧୭୬ ଗ୍ରାମ୍ ସୁନା, ୪୬ ହଜାର ଟଙ୍କା ଓ ୬ଟି ମୋବାଇଲ୍ ଜବତ କରାଯାଇଛି। ଅନ୍ୟ ୭ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଉଦ୍ୟମ ଜାରି ରଖିଛି। ଘଟଣା ଦିନ ସୁବାସ ଜୁଏଲରୀ ମାଲିକା ସୁବାସ ମହାରଣା ଦୋକାନ ବନ୍ଦ କରି ଗହଣା ନେଇ ଘରକୁ ଫେରୁଥିବା ବେଳେ ୮ ଜଣ […]

buguda

Rakesh Mallick
  • Published: Thursday, 08 December 2016
  • , Updated: 08 December 2016, 12:42 PM IST

ଭଞ୍ଜନଗର: ଗତ ମାସ ୨୫ ତାରିଖରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରୁ ୧,୪୦୦ କିଲୋଗ୍ରାମ ସୁନାଗହଣା ଲୁଟ୍ ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ତା’ଠାରୁ ୧୭୬ ଗ୍ରାମ୍ ସୁନା, ୪୬ ହଜାର ଟଙ୍କା ଓ ୬ଟି ମୋବାଇଲ୍ ଜବତ କରାଯାଇଛି। ଅନ୍ୟ ୭ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ୍ ଉଦ୍ୟମ ଜାରି ରଖିଛି।

ଘଟଣା ଦିନ ସୁବାସ ଜୁଏଲରୀ ମାଲିକା ସୁବାସ ମହାରଣା ଦୋକାନ ବନ୍ଦ କରି ଗହଣା ନେଇ ଘରକୁ ଫେରୁଥିବା ବେଳେ ୮ ଜଣ ଦୁର୍ବୃତ୍ତ ମୋଟର ସାଇକେଲ୍‌ରେ ଆସି ବନ୍ଧୁକ ଦେଖାଇ ତାଙ୍କଠାରୁ ସବୁ ଗହଣା ଲୁଟି ନେଇଥିଲେ।

ପୋଲିସ୍ ତିନିଟି ଟିମ୍ ଗଠନ କରି ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଥିବା ବେଳେ ଗତକାଲି ଜଣେ ଗିରଫ ହୋଇଛି।

Related story