ନିର୍ବାଚନୀ ହିଂସାରେ ଦୁଇ ଆହତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଞ୍ଚଳରେ ନିର୍ବାଚନୀ ହିଂସା ଦେଖାଦେଇଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଦରଡ଼ିପାଳ ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଏହି ସଂଘର୍ଷ ଘଟିଛି। ଫଳରେ ଦରଡ଼ିପାଳ ଗାଁର ବିଷ୍ଣୁମୋହନ ନାୟକ ଓ ପ୍ୟାରୀମୋହନ ନାୟକ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

kendujhara ra-panch

Rakesh Mallick
  • Published: Thursday, 26 January 2017
  • , Updated: 26 January 2017, 07:01 PM IST

Related story