ହଳଦୀପଡ଼ା ବସ୍ତିରେ ଉତ୍ତେଜନା ଘଟଣା: ମାରପିଟ୍ ଅଭିଯୋଗରେ ଶୈଳ ରଣସିଂ ପୁଣି ଗିରଫ

ଭୁବନେଶ୍ୱର: ପୋଲିସ୍ ଆକ୍ରମଣ ମାମଲାରେ ଲେଡି ଡନ୍ ଶୈଳ ରଣସିଂହ ଜେଲରୁ ଫେରିବା ପରେ ଭୁବନେଶ୍ୱର ଝାରପଡ଼ା ହଳଦୀପଡ଼ିଆ ବସ୍ତିରେ ପୁଣି ଉତ୍ତେଜନା ଦେଖା ଦେଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଶୈଳ ରଣସିଂହଙ୍କ ସମର୍ଥକ ଓ ବିରୋଧୀ ସନ୍ତୋଷ ଜେନାଙ୍କ ପରିବାର ମୁହାଁମୁହିଁ ହୋଇଥିଲେ। ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ପୋଲିସ୍ ଶୈଳଙ୍କ ସହ ଉଭୟ ପକ୍ଷର ୧୧ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଶୈଳ ଏବଂ ସନ୍ତୋଷଙ୍କ ମଧ୍ୟରେ ପୂର୍ବ ବିବାଦକୁ […]

sala

Rakesh Mallick
  • Published: Sunday, 15 November 2015
  • , Updated: 15 November 2015, 03:04 PM IST

ଭୁବନେଶ୍ୱର: ପୋଲିସ୍ ଆକ୍ରମଣ ମାମଲାରେ ଲେଡି ଡନ୍ ଶୈଳ ରଣସିଂହ ଜେଲରୁ ଫେରିବା ପରେ ଭୁବନେଶ୍ୱର ଝାରପଡ଼ା ହଳଦୀପଡ଼ିଆ ବସ୍ତିରେ ପୁଣି ଉତ୍ତେଜନା ଦେଖା ଦେଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଶୈଳ ରଣସିଂହଙ୍କ ସମର୍ଥକ ଓ ବିରୋଧୀ ସନ୍ତୋଷ ଜେନାଙ୍କ ପରିବାର ମୁହାଁମୁହିଁ ହୋଇଥିଲେ। ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ପୋଲିସ୍ ଶୈଳଙ୍କ ସହ ଉଭୟ ପକ୍ଷର ୧୧ ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଶୈଳ ଏବଂ ସନ୍ତୋଷଙ୍କ ମଧ୍ୟରେ ପୂର୍ବ ବିବାଦକୁ ନେଇ ଆଜି ସକାଳୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ସନ୍ତୋଷଙ୍କ ପରିବାର ଉପରେ ପ୍ରଥମେ ଆକ୍ରମଣ ହୋଇଥିଲା। ଆଉ ଏହା ପରେ ଶୈଳଙ୍କ ସମର୍ଥକ ସୁଭଦ୍ରାଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା। ସୁଭଦ୍ରାଙ୍କ ପରିବାରର ୪ ଜଣ ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ପାଇଁ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ଶୈଳ ରଣସିଂହ ଏବଂ ସଭଦ୍ରାଙ୍କ ସହ ଉଭୟପକ୍ଷରୁ ୧୨ ଜଣଙ୍କୁ ଅଟକ ରଖାଯାଇଥିଲା। ପରେ ଶୈଳଙ୍କ ସେମତ ୧୧ ଜଣଙ୍କୁ ଗିରଫ କରାଯାଇଥିଲା।

Related story