ଭୁବନେଶ୍ୱର: ହାଇଟେକ୍ ଜମି ଜାଲିଆତି ମାମଲାରେ ସଂସ୍ଥା ମୁଖ୍ୟ ତିରୁପତି ପାଣିଗ୍ରାହୀ ସୁପ୍ରିମକୋର୍ଟରେ ୩କୋଟି ୫୦ଲକ୍ଷ ଟଙ୍କା ଜମା କରିଛନ୍ତି। ପୂର୍ବରୁ ଅକ୍ଟୋବର ୨୩ ତାରିଖରେ ସେ ୯କୋଟି ଟଙ୍କା ଓ ଜୁଲାଇ ମାସରେ ୧୮କୋଟି ଟଙ୍କା ଦାଖଲ କରିଥିଲେ। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ତିରୁପତି ମୋଟ ୫୦କୋଟି ୫୦ଲକ୍ଷ ଟଙ୍କ। ଦାଖଲ କରିଛନ୍ତି। ଜମାକାରୀଙ୍କୁ ଟଙ୍କା ଫେରସ୍ତ ବାବଦକୁ ୬୩କୋଟି ୫୦ଲକ୍ଷ ଟଙ୍କା ଦାଖଲ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜମି ଠକେଇ ମାମଲାର ଯାଞ୍ଚ ସାରିବାକୁ ରାଜ୍ୟ ସରକାର ସମୟ ନେଇଛନ୍ତି। ସପ୍ତାହ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦିଆଯିବା ବୋଲି କ୍ରାଇମବ୍ରାଞ୍ଚ ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟଙ୍କୁ ଅବଗତ କରିଛି।