ଇରାନୀ ନାଗରିକ ନର୍ଗିସ୍‌ କେ. ଆସ୍ତାରୀଙ୍କୁ ଜେଲ

ରାୟଗଡ଼ା:  ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟ ଇରାନୀ ସମାଜସେବୀ ନାର୍ଗିସ୍‌ କେ. ଆସ୍ତାରୀଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ପ୍ରମାଣ ଅଭାବରୁ ଜୁଏଲ ରାଜୁ ଗୁପ୍ତା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ୨୦୧୪ ନଭେମ୍ୱର ୩ ତାରିଖରେ ମୁକୁନ୍ଦପୁର ସ୍ଥିତ ପ୍ରିନ୍ସ ଫାଉଣ୍ଡେସନ୍‌ ସଦସ୍ୟମାନେ କିଛି ଛୋଟ ପିଲାଙ୍କୁ ଧରି ସହର ଉପକଣ୍ଠକୁ ବଣଭୋଜି କରିବାକୁ ଯାଇଥିଲେ। ସେମାନେ ନାଗାବଳୀ ନଦୀ ଉପରେ ଝୋଲା ପୋଲ ଅତିକ୍ରମ କରୁଥିବା ବେଳେ ଅସୀମ ନାମକ […]

irani-nagareka

Rakesh Mallick
  • Published: Monday, 05 December 2016
  • , Updated: 05 December 2016, 10:05 PM IST

ରାୟଗଡ଼ା:  ରାୟଗଡ଼ା ଏସ୍‌ଡିଜେଏମ୍‌ କୋର୍ଟ ଇରାନୀ ସମାଜସେବୀ ନାର୍ଗିସ୍‌ କେ. ଆସ୍ତାରୀଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ ସହ ୩ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ପ୍ରମାଣ ଅଭାବରୁ ଜୁଏଲ ରାଜୁ ଗୁପ୍ତା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।

୨୦୧୪ ନଭେମ୍ୱର ୩ ତାରିଖରେ ମୁକୁନ୍ଦପୁର ସ୍ଥିତ ପ୍ରିନ୍ସ ଫାଉଣ୍ଡେସନ୍‌ ସଦସ୍ୟମାନେ କିଛି ଛୋଟ ପିଲାଙ୍କୁ ଧରି ସହର ଉପକଣ୍ଠକୁ ବଣଭୋଜି କରିବାକୁ ଯାଇଥିଲେ। ସେମାନେ ନାଗାବଳୀ ନଦୀ ଉପରେ ଝୋଲା ପୋଲ ଅତିକ୍ରମ କରୁଥିବା ବେଳେ ଅସୀମ ନାମକ ଜଣେ ନାବଳକ ଖସି ପଡ଼ି ଭାସି ଯାଇ ମୃତ୍ୟୁ ବରଣ କରିଥିଲା। ଏ ସମ୍ପର୍କରେ ଅସୀମଙ୍କ ବାପା ପ୍ରିନ୍ସ ଫାଉଣ୍ଡେସନ୍‌ ମୁଖ୍ୟ ନାର୍ଗିସ୍‌ କେ. ଆସ୍ତାରୀ ଓ ସମ୍ପାଦକ ଜୁଏଲ ରାଜୁ ଗୁପ୍ତାଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।

ଆଜି ରାୟଗଡ଼ା ଏସ୍‌ଡିଜେଏମ୍‌ ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି।

Related story