ଯାଜପୁର: ବିପିନ ସାହୁ ହତ୍ୟା ମାମଲାରେ ୭ ଗିରଫ

ଯାଜପୁର: କୁଆଖିଆ ଥାନା ଏକତଳା (ବିଲିଶାସନ) ଗାଁର ବିପିନ ସାହୁ ହତ୍ୟା ମାମଲାରେ ଯାଜପୁର ପୋଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନୈତିକ ସଂପର୍କ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗନ୍ଧଣ ଓ ଏକତଳା ଗାଁର ଅରୁଣପତି, ମଙ୍ଗୁଳି ବେହେରା, ଅର୍ଜୁନ ପାଇକରା, ସରୋଜ ପାରା, ସୋମନାଥ ସାହୁ, ଜୟକୃଷ୍ଣ ବାରିକ ଏବଂ ମଣ୍ଟୁ ଦେହୁରୀ। ସୂଚନାଯୋଗ୍ୟ, ଗତ ୪ ତାରିଖ ବିଳମ୍ୱିତ ରାତିରେ ଅଭିଯୁକ୍ତମାନେ ନନ୍ଦକିଶୋର ସାହୁଙ୍କ ପୁଅ […]

jajpur-bipin-sahu-murder-case

Rakesh Mallick
  • Published: Wednesday, 11 November 2015
  • , Updated: 11 November 2015, 11:10 AM IST

ଯାଜପୁର: କୁଆଖିଆ ଥାନା ଏକତଳା (ବିଲିଶାସନ) ଗାଁର ବିପିନ ସାହୁ ହତ୍ୟା ମାମଲାରେ ଯାଜପୁର ପୋଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନୈତିକ ସଂପର୍କ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗନ୍ଧଣ ଓ ଏକତଳା ଗାଁର ଅରୁଣପତି, ମଙ୍ଗୁଳି ବେହେରା, ଅର୍ଜୁନ ପାଇକରା, ସରୋଜ ପାରା, ସୋମନାଥ ସାହୁ, ଜୟକୃଷ୍ଣ ବାରିକ ଏବଂ ମଣ୍ଟୁ ଦେହୁରୀ।

ସୂଚନାଯୋଗ୍ୟ, ଗତ ୪ ତାରିଖ ବିଳମ୍ୱିତ ରାତିରେ ଅଭିଯୁକ୍ତମାନେ ନନ୍ଦକିଶୋର ସାହୁଙ୍କ ପୁଅ ବିପିନକୁ ଫୋନ ଯୋଗେ ଘରୁ ଡାକିନେଇ ଏକ ଧାରୁଆ ଭୁଜାଲିରେ ବେକକୁ କାଟି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

Related story