ଯାଜପୁରରେ ବୋମା ମାଡ଼, ଜେସିବି ପୋଡି

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣାରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜେସିବି ମେସିନ ପୋଡ଼ି ଯାଇଛି। ମାତ୍ର ଜେସିବି ଅପରେଟର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ହାଇଲେବୁଲ କେନାଲର ପୁନରୁଦ୍ଧାର କାମ ଚାଲିଥିଲା। ଏହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ଜେସିବି ଅପରେଟରଙ୍କୁ ବନ୍ଧୁକ ଦେଖାଇ ଠିକାଦାରଙ୍କ ଫୋନ ନମ୍ୱର ମାଗିଥିଲେ। ପରେ ଜେସିବି ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇ ଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ […]

jajpur-jcb-pode

Rakesh Mallick
  • Published: Sunday, 05 March 2017
  • , Updated: 05 March 2017, 06:52 PM IST

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣାରେ ଦୁର୍ବୃତ୍ତଙ୍କ ବୋମା ମାଡ଼ରେ ଜେସିବି ମେସିନ ପୋଡ଼ି ଯାଇଛି। ମାତ୍ର ଜେସିବି ଅପରେଟର ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଆଜି ହାଇଲେବୁଲ କେନାଲର ପୁନରୁଦ୍ଧାର କାମ ଚାଲିଥିଲା। ଏହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ଜେସିବି ଅପରେଟରଙ୍କୁ ବନ୍ଧୁକ ଦେଖାଇ ଠିକାଦାରଙ୍କ ଫୋନ ନମ୍ୱର ମାଗିଥିଲେ। ପରେ ଜେସିବି ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇ ଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story