ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ବିରିପଟା ପଞ୍ଚାୟତର ବିଜୟୀ ସରପଞ୍ଚ ପ୍ରାର୍ଥୀ ମନୋରଞ୍ଜନ ଦାସଙ୍କ ଘର ନିକଟରେ ଗତକାଲି ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ମନୋରଞ୍ଜନଙ୍କୁ ଭୟଭୀତ କରିବା ଉଦ୍ଦେଶ୍ୟରେ ଏହି ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ବୋମାମାଡ଼ରେ ଏକ ଧାନ ଗଦା ପୋଡ଼ି ଯାଇଥିବା ବେଳେ କାହାର କିଛି କ୍ଷତି ହୋଇନାହିଁ। ପୋଲିସ୍ ଘଟଣାର ତଦନ୍ତ କରୁଛି।
ମନୋରଞ୍ଜନ ନିଜର ସୁରକ୍ଷା ସହ ବୋମାମାଡ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଥାନାରେ ଲିଖିତ ଭାବେ ଦାବି କରିଛନ୍ତି। ମନୋରଞ୍ଜନଙ୍କ ସୁରକ୍ଷା ଦୃଷ୍ଟିରୁ ସରପଞ୍ଚଙ୍କ ଘର ନିକଟରେ ପୋଲିସ୍ ମୁତୟନ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।