ଯାଜପୁର: ଭୁବନେଶ୍ୱର ଧର୍ମବିହାର ଶିଶୁମନ୍ଦିର ଗୁରୁଜୀ ଓ ବସ୍ ଚାଳକଙ୍କୁ ଆକ୍ରମଣ ଘଟଣାରେ ଯାଜପୁର ଜିଲ୍ଲା ବରୀ ପୋଲିସ୍ ଆଜି ଅଭିଯୁକ୍ତକୁ ଗିରଫ କରିଛି। ତେବେ ଅନ୍ୟ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।
ଆଜି ଶିଶୁ ମନ୍ଦିର ଛାତ୍ରଛାତ୍ରୀ, ଗୁରୁଜୀ ଓ ଗୁରୁମା’ମାନେ ଯାଜପୁର ରତ୍ନଗିରିକୁ ପିକ୍ନିକ୍ କରିବାକୁ ଯାଇଥିଲେ। ଏହି ସମୟରେ ୩ ଜଣ ଯୁବକ ବସ୍ ଚାଳକଙ୍କୁ ମାଡ଼ ମାରିଥିଲେ। ତେବେ ଗୁରୁଜୀ ଭଗବାନ ମୁଦୁଲି ସେମାନଙ୍କୁ ବିରୋଧ କରିବାରୁ ଯୁବକମାନେ ଏକ ବୋତଲରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ଗୁରୁଜୀ ମୁଦୁଲି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବରୀ ମଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତଙ୍କ ଗିରଫ ଦାବିରେ ଗୁରୁଜୀ, ଗୁରୁମା’ ଓ ଛାତ୍ରଛାତ୍ରୀମାନେ ରତ୍ନଗିରି ଓ କୃଷ୍ଣଦାସପୁର ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବରୀ ପୋଲିସ୍ ଅଭିଯୁକ୍ତ କ୍ଷୀରୋଦ ସାମଲଙ୍କୁ ଗିରଫ କରିବା ପରେ ରାସ୍ତରୋକ ପ୍ରତ୍ୟାହୃତ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।