ସମ୍ୱଲପୁର: ଜନ୍ମ ପ୍ରମାଣପତ୍ର ଦେବାକୁ ଜଣେ ବିଧବା ମହିଳାଙ୍କଠାରୁ ୧୪୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୁଜୁମୁରା ଡାକ୍ତରଖାନାର କିରାଣି କୃଷ୍ଣଚନ୍ଦ୍ର ରଣାଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି। ଗଡ଼ଲୋଇସିଂହ ଗାଁର ସସ୍ମିତା ସିଂ ତାଙ୍କ ଦୁଇ ଝିଅଙ୍କ ଜନ୍ମ ପ୍ରମାଣପତ୍ର ଆଣିବା ପାଇଁ ଡାକ୍ତରଖାନାର କିରାଣି କୃଷ୍ଣଙ୍କ ପାଖକୁ ଯାଇଥିଲେ। ଏଥିପାଇଁ ୧୪୦୦ ଟଙ୍କା ଦେବାକୁ କିରାଣି ଜଣଙ୍କ ଦାବି କରିଥିଲେ। ଏ ନେଇ ସସ୍ମିତା ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ସସ୍ମିତା ଲାଞ୍ଚ ଟଙ୍କା ନେଇ କୃଷ୍ଣଙ୍କୁ ଦେଇଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରି ଥିଲେ। ତେବେ ଏହି ସମୟରେ କୃଷ୍ଣ ଲାଞ୍ଚ ଟଙ୍କାକୁ ଝରକା ଦେଇ ବାହାରକୁ ଫିଙ୍ଗି ଦେଇଥିଲେ।
ତେବେ ଏପରି ଅଭିଯୋଗକୁ କିରାଣି କୃଷ୍ଣ ଖଣ୍ଡନ କରିଛନ୍ତି। ତାଙ୍କୁ ଫସାଇବାକୁ ଏପରି କରାଯାଇଥିବା ସେ କହିଛନ୍ତି।
ଭିଜିଲାନ୍ସ ଡିଏସ୍ପି ଆର.କେ. ପ୍ରଧାନ କହିଛନ୍ତି, ଅଭିଯୋଗ ପାଇବା ପରେ ଚଢାଉ କରି ତାଙ୍କୁ ଗିରଫ କରିଛୁ। ତାଙ୍କଠାରୁ ରସାୟନ ବୋଳା ଟଙ୍କା ଉଦ୍ଧାର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦୁଇ ଶ୍ରମିକଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ବନ୍ଧା ହେଲେ ଦୁଇ ଯୁବକ
ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ପରିତ୍ୟକ୍ତ ଘରେ ରଖିଥିଲେ।
Crime
ରାଜଧାନୀରେ ଚାଞ୍ଚଲ୍ୟ; ଚଳନ୍ତା ସ୍କୁଟିରେ ଯାଉଥିବା ଯୁବକଙ୍କୁ ଚୋଟ, ମୁଣ୍ଡ-ଗଣ୍ଡି ଅଲଗା
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ।
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Crime
ସେହି କାଳ ରାତି ନେଇଗଲା ୨ ବିଜେପି ନେତାଙ୍କ ଜୀବନ
କାରରେ ଥିଲେ ୬ ଜଣ। ଆଗରେ ବସିଥିଲେ ଡ୍ରାଇଭରଙ୍କ ସମେତ ୨ ଜଣ। ପଛରେ ବସିଥିଲେ ୪ ଜଣ। ହାଇୱା ୩ ଥର ଦେଇଥିଲା ଧକ୍କା। ଏଥିରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।