କୋର୍ଟରେ ହାଜର ପରେ ଜେଲ ଗଲେ ଜୟଦୀପ

କଟକ: ୮୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ଆଇପିଏସ୍‌ଅଫିସର ଜୟଦୀପ ନାୟକଙ୍କର ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ତାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ପୁଣି ଥରେ ରିମାଣ୍ଡ ପାଇଁ ଆବେଦନ କରାଯାଇ ନାହିଁ। ପୂର୍ବରୁ ଜୟଦୀପଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ। ଏସ୍‌ସି/ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ […]

jayadeep

jayadeep

Rakesh Mallick
  • Published: Thursday, 04 August 2016
  • Updated: 04 August 2016, 07:33 PM IST

Sports

Latest News

କଟକ: ୮୮ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ଆଇପିଏସ୍‌ଅଫିସର ଜୟଦୀପ ନାୟକଙ୍କର ଦୁଇ ଦିନିଆ ରିମାଣ୍ଡ ଶେଷ ହେବା ପରେ ଆଜି ତାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଚୌଦ୍ୱାର ଜେଲ୍ ପଠାଇ ଦିଆଯାଇଛି। ଭିଜିଲାନ୍ସ ପକ୍ଷରୁ ତାଙ୍କୁ ପୁଣି ଥରେ ରିମାଣ୍ଡ ପାଇଁ ଆବେଦନ କରାଯାଇ ନାହିଁ।

ପୂର୍ବରୁ ଜୟଦୀପଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ।

ଏସ୍‌ସି/ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ  ତ୍ରିପୁରା କ୍ୟାଡ଼ରର ଆଇପିଏସ୍ ଅଫିସର ଜୟଦୀପଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ସେ ଡେପୁଟେସନ୍‌ରେ ଓଡ଼ିଶା ପୋଲିସ୍‌କୁ ଆସି ୨୦୧୨ ଅଗଷ୍ଟ ୨୪ରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏଚ୍‌ଆର୍ପିସି ଆଇଜି ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ଅର୍ଥ ହଡ଼ପ ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଜୟଦୀପ ଫେରାର ହୋଇଯାଇଥିଲେ। ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଗତ ୨୩ ତାରିଖରେ ତାଙ୍କୁ ଉତ୍ତର ପ୍ରଦେଶର ଗାଜିଆବାଦରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos