ଭୁବନେଶ୍ୱର: ଝାରପଡ଼ା ଜେଲରେ ଗତ ମଙ୍ଗଳବାର ପ୍ରାଣ ହରାଇଥିବା ବେଣୁଧର ଜେନା ନାମକ ଜଣେ ବିଚାରାଧୀନ କଏଦୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ ପୋଲିସର ହସ୍ତଗତ ହୋଇଛି। ପୋଷ୍ଟମର୍ଟମ୍ ରିପୋର୍ଟ ଅନୁଯାୟୀ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ରବିବାର ପୋଲିସ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବେଣୁଧର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଥିଲେ। ତାଙ୍କ ମୃତ୍ୟୁ ପରେ ଜେଲରେ ଅଶାନ୍ତି ଦେଖାଯାଇଥିଲା। ସେହିପରି ବେଣୁଧରଙ୍କ ପୁତୁରା ସଂଜୟ ଜେନା ଅଭିଯୋଗ କରିଥିଲେ ଯେ ମୃତ୍ୟୁ ପୂର୍ବରୁ ୩ ଦିନ ଧରି ତାଙ୍କୁ ଜ୍ୱର ହୋଇଥିଲା। କିନ୍ତୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଠିକଣା ଚିକିତ୍ସା ଯୋଗାଇ ଦେଇ ନ ଥିଲେ। ସେଥିପାଇଁ ତାଙ୍କର ମୃତ୍ୟୁ ଘଟିଛି।