ଝାରପଡା ଜେଲରେ କଏଦୀ ମୃତ୍ୟୁ ମାମଲା: ବିଚାର ବିଭାଗୀୟ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏସଡିଜେଏମ୍ ଜେଲରେ ପଚରାଉଚରା କରିଛନ୍ତି। ପୋଷ୍ଟ ମୋର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ତଦନ୍ତ ହେବ। ସେହିପରି ଜେଲ ସୁପରିଟେଣ୍ଡେଣ୍ଟ, ଜେଲ ଡାକ୍ତର ଓ ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପଚରା ଉଚରା କରାଯିବ। ରିପୋର୍ଟ ଆସିବା ପରେ ଜେଲର ଅବହେଳା ନେଇ ପ୍ରମାଣ ମିଳିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲ ବିଭାଗର ଅତିରିକ୍ତ ଡିଜି  ସିଦ୍ଧାର୍ଥ ନର୍ଭେନ୍ ସୂଚନା […]

jharapada jail-death

Rakesh Mallick
  • Published: Wednesday, 02 December 2015
  • , Updated: 02 December 2015, 01:39 PM IST

ଭୁବନେଶ୍ୱର: ଝାରପଡ଼ା ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଏସଡିଜେଏମ୍ ଜେଲରେ ପଚରାଉଚରା କରିଛନ୍ତି। ପୋଷ୍ଟ ମୋର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ପ୍ରମାଣ ଆଧାରରେ ତଦନ୍ତ ହେବ। ସେହିପରି ଜେଲ ସୁପରିଟେଣ୍ଡେଣ୍ଟ, ଜେଲ ଡାକ୍ତର ଓ ସେଦିନ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପଚରା ଉଚରା କରାଯିବ। ରିପୋର୍ଟ ଆସିବା ପରେ ଜେଲର ଅବହେଳା ନେଇ ପ୍ରମାଣ ମିଳିଲେ, କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜେଲ ବିଭାଗର ଅତିରିକ୍ତ ଡିଜି  ସିଦ୍ଧାର୍ଥ ନର୍ଭେନ୍ ସୂଚନା ଦେଇଛନ୍ତି।

Related story