ଚୋରା କାଠ ବୋଝେଇ ଟ୍ରକ୍ ଜବତ, ଜଣେ ଗିରଫ

ଝାରସୁଗୁଡ଼ା: ଛତିଶଗଡ଼ର ଦୁର୍ଗ ଠାରୁ ଦଶଚକିଆ ଟ୍ରକରେ ଝାରସୁଗୁଡ଼ା ଆସୁଥିବା ଏକ କାଠ ବୋଝେଇ ଟ୍ରକ୍‌କୁ ବନବିଭାଗର ଅଧିକାରୀମାନେ ଖେରୁଆଲ ଠାରେ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ମାତ୍ର ଟ୍ରକ୍‌ରେ ଚୋରା କାଠ ଥିବା ଜାଣିବା ପରେ ବନବିଭାଗ ଅଧିକାରୀମାନେ ଟ୍ରକ୍‌ଟିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲେ। ଝାରସୁଗୁଡ଼ା ବନଖଣ୍ଡ ରେଞ୍ଜର ରାମଚନ୍ଦ୍ର ବେହେରା କହିଛନ୍ତି,“ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାରେ ପାଟ୍ରୋଲିଂ କଲା ବେଳେ ଏହି ଚୋରା କାଠ ବୋଝେଇ ଟ୍ରକ୍‌କୁ ଜବତ କରାଯାଇଛି। ଟ୍ରକ୍‌ରେ କେବଳ […]

wood

Rakesh Mallick
  • Published: Sunday, 27 November 2016
  • , Updated: 27 November 2016, 04:32 PM IST

ଝାରସୁଗୁଡ଼ା: ଛତିଶଗଡ଼ର ଦୁର୍ଗ ଠାରୁ ଦଶଚକିଆ ଟ୍ରକରେ ଝାରସୁଗୁଡ଼ା ଆସୁଥିବା ଏକ କାଠ ବୋଝେଇ ଟ୍ରକ୍‌କୁ ବନବିଭାଗର ଅଧିକାରୀମାନେ ଖେରୁଆଲ ଠାରେ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ମାତ୍ର ଟ୍ରକ୍‌ରେ ଚୋରା କାଠ ଥିବା ଜାଣିବା ପରେ ବନବିଭାଗ ଅଧିକାରୀମାନେ ଟ୍ରକ୍‌ଟିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଥିଲେ।

ଝାରସୁଗୁଡ଼ା ବନଖଣ୍ଡ ରେଞ୍ଜର ରାମଚନ୍ଦ୍ର ବେହେରା କହିଛନ୍ତି,“ସମ୍ବଲପୁର-ଝାରସୁଗୁଡ଼ା ରାସ୍ତାରେ ପାଟ୍ରୋଲିଂ କଲା ବେଳେ ଏହି ଚୋରା କାଠ ବୋଝେଇ ଟ୍ରକ୍‌କୁ ଜବତ କରାଯାଇଛି। ଟ୍ରକ୍‌ରେ କେବଳ ଡ୍ରାଇଭର ଥିଲା। ତାଙ୍କୁ ଗିରଫ କରାଯାଇଛି। ତାକୁ ପଚରାଉଚରା କରାଯାଉଛି।”

Related story