ଝାରସୁଗୁଡ଼ା: ଝାରସୁଗୁଡା ସହର ସ୍ଥିତ ଓଏମପି ଛକ ନିକଟରୁ ଯୁବତୀଙ୍କୁ ଅପହରଣ ଘଟଣାରେ ପୋଲିସ ୪ ଅଭିଯୁକ୍ତକୁ ଗିରଫ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ସମ୍ୱଲପୁରର ବାବୁଲାଲ୍ ପାତ୍ର, ନୃପଲାଲ କୈଲାସ, ଧିନୁ ଓରାମ ଓ ପ୍ରଦୀପ କିସାନ। ଅପହରଣରେ ବ୍ୟବହୃତ ବୋଲେରୋ ଗାଡ଼ିକୁ ପୋଲିସ ଜବତ କରିଛି ।
ବୁଧବାର ଝାରସୁଗୁଡ଼ା ଓଏମପି ଛକ ନିକଟରୁ ସାରସମାଲ ଅଞ୍ଚଳର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିଲା। ଯୁବତୀ ଜଣକ ସ୍କୁଟିରେ ମନ୍ଦିର ଯିବାକୁ ଘରୁ ବାହାରିଥିଲେ ତେବେ ମନ୍ଦିର ନିକଟ ରାସ୍ତାରୁ ସେ ଅପହରଣ ହୋଇଥିଲେ। ଏନେଇ ତାଙ୍କ ବାପା ଝାରସୁଗୁଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ମୋବାଇଲ ଟ୍ରାକିଂ କରି ଉକ୍ତ ବୋଲେରୋକୁ ରାଉରକେଲାର ବିଶ୍ରା ଅଞ୍ଚଳରୁ ଠାବ କରିଥିଲା। ଅପହୃତା ଯୁବତୀଙ୍କୁ ପୋଲିସ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦୁଇ ଶ୍ରମିକଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ବନ୍ଧା ହେଲେ ଦୁଇ ଯୁବକ
ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ପରିତ୍ୟକ୍ତ ଘରେ ରଖିଥିଲେ।
Crime
ରାଜଧାନୀରେ ଚାଞ୍ଚଲ୍ୟ; ଚଳନ୍ତା ସ୍କୁଟିରେ ଯାଉଥିବା ଯୁବକଙ୍କୁ ଚୋଟ, ମୁଣ୍ଡ-ଗଣ୍ଡି ଅଲଗା
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ।
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Crime
ସେହି କାଳ ରାତି ନେଇଗଲା ୨ ବିଜେପି ନେତାଙ୍କ ଜୀବନ
କାରରେ ଥିଲେ ୬ ଜଣ। ଆଗରେ ବସିଥିଲେ ଡ୍ରାଇଭରଙ୍କ ସମେତ ୨ ଜଣ। ପଛରେ ବସିଥିଲେ ୪ ଜଣ। ହାଇୱା ୩ ଥର ଦେଇଥିଲା ଧକ୍କା। ଏଥିରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।