ସ୍ତ୍ରୀର ତଣ୍ଟି କାଟି ହତ୍ୟା ଉଦ୍ୟମ

ଭବାନୀପାଟଣା: ପାରିବାରିକ କଳହକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗଣନାଥପୁର ଗାଁରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ତଣ୍ଟି କାଟି ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାମୀଙ୍କ ନାଁ ନବୀନ ଗୌଡ଼। ପୋଲିସ୍ ଘଟଣାର ତଦନ୍ତ କରୁଛି।