କାମାକ୍ଷାନଗର: ଲୁଗା ଦୋକାନରୁ ଚୋରି

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଜାରରେ ଏକ ଲୁଗା ଦୋକାନରୁ ଗତକାଲି ବିଳମ୍ୱିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ଦୋକାନର ସଟର ତାଡି ଲକ୍ଷାଧିକ ଟଙ୍କାର ଲୁଗା ନେଇ ଯାଇଛନ୍ତି। ଲୁଗା ଦୋକାନର ମାଲିକ ଏନେଇ ଆଜି ଥାନାରେ ଅଭଯୋଗ କରିଥିଲେ। ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।