୫୭ କେଜି ଗଞ୍ଜେଇ ଜବତ, ୨ ଗିରଫ

କନ୍ଧମାଳ: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲା ପୋଲିସ୍‌ ଦୁଇ ଜଣଙ୍କୁ ଗିରଫ କରିବା ସହିତ ୫୭ କେଜି ଗଞ୍ଜେଇ, ଗୋଟିଏ ଟାଟା ସୁମୋ, ଗୋଟିଏ ବୋଲେରୋ ଜବତ କରିଛି। ଆଜି ବାଲିଗୁଡା ଥାନା ପୋଲିସ ଖଜୁରିନାଳ ଗ୍ରାମ ନିକଟରୁ ସନ୍ଦେହରା ଏକ ଟାଟା ସୁମୋକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୩୭ କିଲୋ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ଫିରିଙ୍ଗିଆ ଥାନା ଅଞ୍ଚଳର ବାବୁଲା ରଣାକୁ ପୋଲିସ୍‌ ଗିରଫ କରିଛି। ସେହିପରି ଫିରିଙ୍ଗିଆ ଥାନା […]

kandhamala

Rakesh Mallick
  • Published: Friday, 25 November 2016
  • , Updated: 25 November 2016, 07:40 PM IST

କନ୍ଧମାଳ: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲା ପୋଲିସ୍‌ ଦୁଇ ଜଣଙ୍କୁ ଗିରଫ କରିବା ସହିତ ୫୭ କେଜି ଗଞ୍ଜେଇ, ଗୋଟିଏ ଟାଟା ସୁମୋ, ଗୋଟିଏ ବୋଲେରୋ ଜବତ କରିଛି।

ଆଜି ବାଲିଗୁଡା ଥାନା ପୋଲିସ ଖଜୁରିନାଳ ଗ୍ରାମ ନିକଟରୁ ସନ୍ଦେହରା ଏକ ଟାଟା ସୁମୋକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ୩୭ କିଲୋ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ଫିରିଙ୍ଗିଆ ଥାନା ଅଞ୍ଚଳର ବାବୁଲା ରଣାକୁ ପୋଲିସ୍‌ ଗିରଫ କରିଛି।

ସେହିପରି ଫିରିଙ୍ଗିଆ ଥାନା ପୋଲିସ ଏକ ବୋଲେରୋରୁ ୨୦ କିଲୋ ଗଞ୍ଜେଇ ଜବତ କରିବା ସହିତ ଗେରୁପଡା ଗ୍ରାମର ବସନ୍ତ କୁମାର ସାହୁକୁ ଗିରଫ କରିଛି।

Related story