କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା: ୨ ଅଭିଯୁକ୍ତ ଗିରଫ

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକଙ୍କୁ ମାଓବାଦୀ ନାଁରେ ହତ୍ୟା ଧମକ ଦେବା ଅଭିଯୋଗରେ ବଲାଙ୍ଗିର ପୋଲିସ ୨ଜଣଙ୍କୁ ରବିବାର ଗିରଫ କରିଛି। ଗତ ୨୩ ତାରିଖରେ ବିଧାୟକ ଆୟୁବ ଖାନଙ୍କ ମୋବାଇଲକୁ ଏସଏମଏସ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିବା ନେଇ କଣ୍ଟାବାଞ୍ଜି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ହେଲେ ଚାନ୍ଦୋତରା ସରପଞ୍ଚଙ୍କ ସ୍ୱାମୀ ଉମାଶଙ୍କର ଛୁରା ଓ ଭୁର୍ଷାଗୁଡ଼ା ଗାଁର ସକାଳୁ ଛୁରା। ସମାନ ମୋବାଇଲ ନମ୍ୱରରୁ ଅଭିଯୁକ୍ତମାନେ ସିନ୍ଧେକେଲା ଥାନା ଅଧିକାରୀଙ୍କୁ ମଧ୍ୟ ହତ୍ୟା […]

ayub-khan

Rakesh Mallick
  • Published: Sunday, 29 November 2015
  • , Updated: 30 November 2015, 04:52 AM IST

ବଲାଙ୍ଗିର: କଣ୍ଟାବାଞ୍ଜି ବିଧାୟକଙ୍କୁ ମାଓବାଦୀ ନାଁରେ ହତ୍ୟା ଧମକ ଦେବା ଅଭିଯୋଗରେ ବଲାଙ୍ଗିର ପୋଲିସ ୨ଜଣଙ୍କୁ ରବିବାର ଗିରଫ କରିଛି। ଗତ ୨୩ ତାରିଖରେ ବିଧାୟକ ଆୟୁବ ଖାନଙ୍କ ମୋବାଇଲକୁ ଏସଏମଏସ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଥିବା ନେଇ କଣ୍ଟାବାଞ୍ଜି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ହେଲେ ଚାନ୍ଦୋତରା ସରପଞ୍ଚଙ୍କ ସ୍ୱାମୀ ଉମାଶଙ୍କର ଛୁରା ଓ ଭୁର୍ଷାଗୁଡ଼ା ଗାଁର ସକାଳୁ ଛୁରା। ସମାନ ମୋବାଇଲ ନମ୍ୱରରୁ ଅଭିଯୁକ୍ତମାନେ ସିନ୍ଧେକେଲା ଥାନା ଅଧିକାରୀଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି। ଠିକା କାମକୁ ନେଇ ବିଧାୟକଙ୍କୁ ଧମକ ଦିଆଯାଇଥିବା ପୋଲିସ ଅନୁମାନ କରୁଛି।

Related story