କଟକ: ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ

କଟକ:  ଅଧିକ ଯୌତୁକ ଦାବିରେ ଜଣେ ମହିଳାଙ୍କୁ  ନିର୍ଯାତନା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି କଟକ ଜିଲା କିଶନନଗର ଥାନା ସାମନ୍ତରାପୁର ଗାଁରୁ। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀପ୍ରିୟା ବେହେରା। ଗତକାଲି ରାତିରେ ଲକ୍ଷ୍ମୀପ୍ରିୟାଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଛି। ଯୌତୁକ ବାବଦରେ ଏକ ମୋଟର ସାଇକେଲ ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକେ କିଶନନଗର ଥାନାରେ ଏତଲା ଦେଇଛନ୍ତି। ତେବେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଲକ୍ଷ୍ମୀପ୍ରିୟାଙ୍କ […]

dowry-death

Rakesh Mallick
  • Published: Saturday, 07 November 2015
  • , Updated: 07 November 2015, 08:34 AM IST

କଟକ:  ଅଧିକ ଯୌତୁକ ଦାବିରେ ଜଣେ ମହିଳାଙ୍କୁ  ନିର୍ଯାତନା ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆସିଛି କଟକ ଜିଲା କିଶନନଗର ଥାନା ସାମନ୍ତରାପୁର ଗାଁରୁ। ମୃତ ମହିଳା ଜଣକ ହେଲେ ଲକ୍ଷ୍ମୀପ୍ରିୟା ବେହେରା। ଗତକାଲି ରାତିରେ ଲକ୍ଷ୍ମୀପ୍ରିୟାଙ୍କର କଟକ ବଡ ମେଡିକାଲରେ ମୃତ୍ୟୁ ଘଟିଛି। ଯୌତୁକ ବାବଦରେ ଏକ ମୋଟର ସାଇକେଲ ପାଇଁ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପଘର ଲୋକେ କିଶନନଗର ଥାନାରେ ଏତଲା ଦେଇଛନ୍ତି। ତେବେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଲକ୍ଷ୍ମୀପ୍ରିୟାଙ୍କ ଶାଶୂ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ କହିଛି।

Related story