କେନ୍ଦ୍ରାପଡ଼ା: ବାୟା ବାବା କଲେଜ୍ ୱେବ୍‌ସାଇଟ୍ ହ୍ୟାକ୍ ଅଭିଯୋଗ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜ୍‌ର ୱେବ୍‌ସାଇଟ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କଲେଜ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ୱେବସାଇଟ୍‌କୁ ବନ୍ଦ କରିଦିଆଯାଇଛି। କ୍ରାଇମବ୍ରାଞ୍ଚ ସହାୟତାରେ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିଛି। ଏହି ୱେବ୍‌ସାଇଟ୍ ହ୍ୟାକ୍‌ କରିଥିବା ହ୍ୟାକ୍‌ର ନିଜକୁ ନାଇଟ୍ରୋ ଜି ଥ୍ରୀ ଏନ୍‌ ବୋଲି ଦର୍ଶାଇଛି। ହ୍ୟାକ୍‌ର ଭାରତୀୟ ସେନା ବିରୋଧରେ କିଛି ମନ୍ତବ୍ୟ […]

baba-baya

Rakesh Mallick
  • Published: Monday, 22 February 2016
  • , Updated: 22 February 2016, 05:26 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜ୍‌ର ୱେବ୍‌ସାଇଟ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ କଲେଜ୍ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ୱେବସାଇଟ୍‌କୁ ବନ୍ଦ କରିଦିଆଯାଇଛି। କ୍ରାଇମବ୍ରାଞ୍ଚ ସହାୟତାରେ ଘଟଣାର ତଦନ୍ତ କରାଯିବ ବୋଲି ପୋଲିସ କହିଛି।

ଏହି ୱେବ୍‌ସାଇଟ୍ ହ୍ୟାକ୍‌ କରିଥିବା ହ୍ୟାକ୍‌ର ନିଜକୁ ନାଇଟ୍ରୋ ଜି ଥ୍ରୀ ଏନ୍‌ ବୋଲି ଦର୍ଶାଇଛି। ହ୍ୟାକ୍‌ର ଭାରତୀୟ ସେନା ବିରୋଧରେ କିଛି ମନ୍ତବ୍ୟ ଦେଇଛି। କାଶ୍ମୀରରେ ଭାରତୀୟ ସେନା ନିରୀହ ଲୋକଙ୍କୁ ହତ୍ୟା କରୁଥିବା ଏଥିରେ ଉଲ୍ଲେଖ ରହିଛି। ଭାରତ ତା’ର ପ୍ରିୟ କାଶ୍ମୀରକୁ ହରାଇବ ବୋଲି ମଧ୍ୟ ଏଥିରେ ହୋଇଛି।

ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଓୟୁଏଟିର ୱେବ୍‌ସାଇଟ୍ ହ୍ୟାକିଂ ଅଭିଯୋଗ ଆସିଥିଲା।

Related story