ଖାସୁଆ ହତ୍ୟାକାଣ୍ଡ ଘଟଣାରେ ଆଉ ୩ ଗିରଫ

ବାଲେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆ ଓରଫ ସୁଶାନ୍ତ ଦାସ ହତ୍ୟା ଘଟଣାରେ ବାଲେଶ୍ୱର ପୋଲିସ୍ ଆଜି ପୁରୀରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଅଙ୍ଗାରଗଡ଼ିଆ ଗାଁର କାହ୍ନୁ ନାୟକ, ଶୁଭରାମପୁରର ସୁଶାନ୍ତ ଦାସ ଓ ଲିପୁ ବିନ୍ଧାଣୀ।

ଏ ଘଟଣାରେ ପୋଲିସ୍ ପୂର୍ବରୁ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ସାରିଛି।

ଗତ ଜୁନ୍ ୨୪ ତାରିଖ ସନ୍ଧ୍ୟାରେ ଶୋଭାରମପୁରରେ ଏକ ଗୋଷ୍ଠୀ ସଂଘର୍ଷରେ ଖାସୁଆକୁ ଅନ୍ୟ ଏକ ଗୋଷ୍ଠୀ ପଥରରେ ଛେଚି ଓ ଖଣ୍ଡାରେ ହାଣି ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା।