ଖୋର୍ଦ୍ଧା: କୁରାଢମଲ୍ଲ ସରପଞ୍ଚଙ୍କୁ ଗୁଳିମାଡ଼ ଘଟଣାରେ ୩ ଅଟକ

ଖୋର୍ଦ୍ଧା: ସଦର ଥାନା କୁରାଢମଲ୍ଲ ପଞ୍ଚାୟତର ସରପଞ୍ଚ ଦିଲୀପ ସାମନ୍ତସିଂହାରଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଶନିବାର ସନ୍ଧ୍ୟା ପ୍ରାୟ ସାଢେ଼ ୭ଟାରେ ଦିଲୀପ ଦଳେଇପୁଟରେ ଥିବା କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବସିଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଦିଲୀପଙ୍କ ଛାତି ଓ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଖୋର୍ଦ୍ଧା […]

khodha

Rakesh Mallick
  • Published: Sunday, 15 November 2015
  • , Updated: 15 November 2015, 09:33 AM IST

ଖୋର୍ଦ୍ଧା: ସଦର ଥାନା କୁରାଢମଲ୍ଲ ପଞ୍ଚାୟତର ସରପଞ୍ଚ ଦିଲୀପ ସାମନ୍ତସିଂହାରଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଶନିବାର ସନ୍ଧ୍ୟା ପ୍ରାୟ ସାଢେ଼ ୭ଟାରେ ଦିଲୀପ ଦଳେଇପୁଟରେ ଥିବା କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବସିଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଦିଲୀପଙ୍କ ଛାତି ଓ କାନ୍ଧରେ ଗୁଳି ବାଜିଛି। ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଖୋର୍ଦ୍ଧା ଏସଡିପିଓଙ୍କ ସମେତ ଜଙ୍କିଆ ଓ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ଏଯାଏଁ ଗୁଳିକାଣ୍ଡର କାରଣ ଓ ଅଭିଯୁକ୍ତଙ୍କ ସମ୍ପର୍କରେ ପତ୍ତା ମିଳିନି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଲୀପଙ୍କ ଉପରେ ଏଭଳି ଆକ୍ରମଣ ହୋଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Related story