ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଦେଭୂଇଁ ଗାଁରେ ଆଜି ମା’, ଝିଅଙ୍କ ମୃତଦେହ ଏକ କୂଅରୁ ପୋଲିସ ଉଦ୍ଧାର କରିଛି। ମୃତକ ମାନେ ହେଲେ ଟୁନା ପ୍ରଧାନଙ୍କ ପତ୍ନୀ ଉରୀ ପ୍ରଧାନ ଏବଂ ତାଙ୍କ ୫ ବର୍ଷର ଝିଅ ସନି ପ୍ରଧାନ। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
ମା’ ଝିଅଙ୍କୁ ଟୁନା ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ କୂଅରେ ଫିଙ୍ଗି ଦେଇଥିବା ମୃତା ଉରୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଟୁନାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଆଜି ସକାଳେ ଉରୀ ଏବଂ ତାଙ୍କ ଝିଅର ମୃତଦେହ କୂଅରେ ଭାସୁ ଥିବା ଦେଖି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ କୂଅରୁ ମୃତଦେହ ଉଦ୍ଧାର କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।