ଲାଞ୍ଚ ନେଇ ଧରାପଡ଼ିଲେ କଳାହାଣ୍ଡି ଡେପୁଟି ଲେବର କମିଶନର

କଳାହାଣ୍ଡି: ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ଗାଁରେ ଶରତ ଦୋରା ନାମକ ଜଣେ ମୃତ ବ୍ୟକ୍ତିଙ୍କ ପରିବାର ସସଦ୍ୟଙ୍କ ଠାରୁ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଡେପୁଟି ଲେବର କମିଶନର ଦୀନବନ୍ଧୁ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶରତ ଦୋରା ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ଏକ କାରଖାନାରେ କାମ କରୁଥିବା ବେଳେ ମେସିନ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ପରେ ସଂପୃକ୍ତ କମ୍ପାନୀ ପକ୍ଷରୁ ମୃତ ଶରତଙ୍କ ପରିବାରକୁ ୮ ଲକ୍ଷ୩୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି […]

vigilance

vigilance

Rakesh Mallick
  • Published: Friday, 24 February 2017
  • Updated: 24 February 2017, 08:46 AM IST

କଳାହାଣ୍ଡି: ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର ଗାଁରେ ଶରତ ଦୋରା ନାମକ ଜଣେ ମୃତ ବ୍ୟକ୍ତିଙ୍କ ପରିବାର ସସଦ୍ୟଙ୍କ ଠାରୁ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କଳାହାଣ୍ଡି ଡେପୁଟି ଲେବର କମିଶନର ଦୀନବନ୍ଧୁ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଶରତ ଦୋରା ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ଏକ କାରଖାନାରେ କାମ କରୁଥିବା ବେଳେ ମେସିନ୍‌ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲେ। ପରେ ସଂପୃକ୍ତ କମ୍ପାନୀ ପକ୍ଷରୁ ମୃତ ଶରତଙ୍କ ପରିବାରକୁ ୮ ଲକ୍ଷ୩୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ଶ୍ରମ ବିଭାଗ ଜରିଆରେ ପ୍ରଦାନ କରିବାକୁ ପୈଠ କରାଯାଇଥିଲା।  ମୃତକଙ୍କ ପରିବାରକୁ ଏହି ଟଙ୍କା ଦେବା ପାଇଁ ଦୀନବନ୍ଧୁ ୪୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଦୀନବନ୍ଧୁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos