କଟକ: ମଦଦୋକାନରେ ବୋମାମାଡ଼ ଓ ଗୁଳିକାଣ୍ଡ, ଠିକାଦାର ମୃତ

କଟକ: କଟକ ସଦର ଥାନା ବ୍ରାହ୍ମଣ ଝରିଲୋ ବଜାରରେ ଆଜି ଗୁଳିକାଣ୍ଡ ଘଟି ଜଣେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିନୋଦ ବିହାରୀ ଦାସ। ବିନୋଦ ବ୍ରାହ୍ମଣ ଝରିଲୋ ବଜାରରେ ଥିବା ତାଙ୍କ ଭାଇଙ୍କ ମଦ ଦୋକାନ ଚଳାଇବା ସହ ଠିକାଦାରୀ କାମ କରୁଥିଲେ। କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଦୁଇଟି ବାଇକରେ ୩ଜଣ ଯୁବକ ଆସି ପ୍ରଥମେ ମଦ ଦୋକାନରେ ଗଣ୍ଡଗୋଳ କରିବା ସହ ଦୋକାନ ନିକଟରେ ବୋମାମାଡ଼ କରିଥିଲେ। ଏହି […]

attack on liqur shop

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 05:50 PM IST

କଟକ: କଟକ ସଦର ଥାନା ବ୍ରାହ୍ମଣ ଝରିଲୋ ବଜାରରେ ଆଜି ଗୁଳିକାଣ୍ଡ ଘଟି ଜଣେ ଠିକାଦାରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବିନୋଦ ବିହାରୀ ଦାସ। ବିନୋଦ ବ୍ରାହ୍ମଣ ଝରିଲୋ ବଜାରରେ ଥିବା ତାଙ୍କ ଭାଇଙ୍କ ମଦ ଦୋକାନ ଚଳାଇବା ସହ ଠିକାଦାରୀ କାମ କରୁଥିଲେ।

କମିଶନରେଟ୍ ପୋଲିସର ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଦୁଇଟି ବାଇକରେ ୩ଜଣ ଯୁବକ ଆସି ପ୍ରଥମେ ମଦ ଦୋକାନରେ ଗଣ୍ଡଗୋଳ କରିବା ସହ ଦୋକାନ ନିକଟରେ ବୋମାମାଡ଼ କରିଥିଲେ। ଏହି ସମୟରେ ବିନୋଦ ନିକଟସ୍ଥ ଏକ ନିର୍ମାଣାଧୀନ କୋଠା ନିକଟରେ କାମ ବୁଝାବୁଝି କରୁଥିଲେ। ପରେ ଦୁର୍ବୃତ୍ତମାନେ ସେଠାକୁ ଯାଇ ବିନୋଦଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ବିନୋଦଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Related story