ମହିଳାଙ୍କୁ ହତ୍ୟା ଉଦ୍ୟମ, ସ୍ୱାମୀ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବୁରୁଝରୀ ଗାଁରେ ପତ୍ନୀ ଦେହରେ କିରୋସିନି ଢାଳି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପୋଲିସ  ତାଙ୍କ ସ୍ୱାମୀ ବାବି ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ୧୫ ତାରିଖ ରାତିରେ ତରକାରୀ ଲୁଣି ହୋଇଯାଇଥିବା ଯୋଗୁଁ ବାବି ରାଗି ଯାଇ ପତ୍ନୀ ଦୌପଦୀଙ୍କୁ ମାରଧର କରିବା ସହ କିରୋସିନି ଢାଳି ହତ୍ୟା ଉଦ୍ୟମ କରିଥିଲା। ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୀଡ଼ିତାଙ୍କ ସଂପର୍କିୟ ଏନେଇ ସୋମବାର କୋଦଳା ଥାନାରେ ଏତଲା ଦେବା ପରେ ପୋଲିସ ବାବିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।