ମାଖୁନ ବାଗ୍ ହତ୍ୟା ମାମଲା: ରାଜ୍ୟପାଳଙ୍କୁ ଭେଟିଲେ ମୃତକଙ୍କ ପରିବାର ବର୍ଗ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବରଗଡ଼ ଜିଲ୍ଲା ଭେଡେନ ଥାନା ମାଖୁନ ବାଗ୍ ହତ୍ୟା ମାମଲାରେ ନ୍ୟାୟ ପାଇବା ଲାଗି ମଙ୍ଗଳବାର ତାଙ୍କ ପରିବାର ବର୍ଗ ରାଜ୍ୟପାଳଙ୍କୁ ଭେଟିଛନ୍ତି। ମାଖୁନଙ୍କ ସ୍ତ୍ରୀ, ପୁଅ ଓ ସମ୍ପର୍କୀୟ ରାଜ୍ୟପାଳଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ, ସମସ୍ତ ଆସାମୀଙ୍କୁ ଗିରଫ କରାଯିବା, ଅନୁକମ୍ପା ରାଶି ତଥା ପୁଅକୁ ଚାକିରି ଦେବା ଲାଗି ଦାବି କରିଛନ୍ତି। ମାଖୁନଙ୍କ ପରିବାର ଲୋକଙ୍କ ସହ ଯାଦବ ମହାସଂଘ ଓ ସମାଜବାଦୀ ପାର୍ଟିର କର୍ମକର୍ତ୍ତା ମଧ୍ୟ ରାଜ୍ୟପାଳଙ୍କୁ […]

makhun bag hatya

Rakesh Mallick
  • Published: Tuesday, 01 December 2015
  • , Updated: 01 December 2015, 01:43 PM IST

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବରଗଡ଼ ଜିଲ୍ଲା ଭେଡେନ ଥାନା ମାଖୁନ ବାଗ୍ ହତ୍ୟା ମାମଲାରେ ନ୍ୟାୟ ପାଇବା ଲାଗି ମଙ୍ଗଳବାର ତାଙ୍କ ପରିବାର ବର୍ଗ ରାଜ୍ୟପାଳଙ୍କୁ ଭେଟିଛନ୍ତି। ମାଖୁନଙ୍କ ସ୍ତ୍ରୀ, ପୁଅ ଓ ସମ୍ପର୍କୀୟ ରାଜ୍ୟପାଳଙ୍କୁ ଭେଟି ଘଟଣାର ସିବିଆଇ ତଦନ୍ତ, ସମସ୍ତ ଆସାମୀଙ୍କୁ ଗିରଫ କରାଯିବା, ଅନୁକମ୍ପା ରାଶି ତଥା ପୁଅକୁ ଚାକିରି ଦେବା ଲାଗି ଦାବି କରିଛନ୍ତି। ମାଖୁନଙ୍କ ପରିବାର ଲୋକଙ୍କ ସହ ଯାଦବ ମହାସଂଘ ଓ ସମାଜବାଦୀ ପାର୍ଟିର କର୍ମକର୍ତ୍ତା ମଧ୍ୟ ରାଜ୍ୟପାଳଙ୍କୁ ଭେଟି ଅନୁରୋଧ ଜଣାଇଥିଲେ।  ରାଜ୍ୟପାଳ ସେମାନଙ୍କ ଅଭିଯୋଗ ଶୁଣିବା ପରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିବା ମାଖୁନଙ୍କ ପରିବାର ସଦସ୍ୟ କହିଛନ୍ତି।

Related story