୪୨ ଲକ୍ଷ ଟଙ୍କାର ସାର ହେରଫେର କରିବା ଅଭିଯୋଗରେ ଝାରସୁଗୁଡ଼ା ମାର୍କଫେଡ୍‌ ଅଧିକାରୀ ଗିରଫ

ଝାରସୁଗୁଡ଼ା: ସାର ହେରଫେର କରିବା ଅଭିଯୋଗରେ ଝାରସୁଗୁଡ଼ା ମାର୍କଫେଡ୍‌ ଗୋଡାଉନ୍‌ ମ୍ୟାନେଜର ସୁଦାମ ପାଲଙ୍କୁ ଗିରଫ କରିଛି ଭିଜିଲାନ୍ସ। ସେ ୨୬୮.୫୮ ମେଟ୍ରିକ୍ ଟନ୍ ସାର ହେରଫେର କରିଥିବା ଅଭିଯୋଗ ହୋଇଛି। ହେରଫେର ସାରର ଆନୁମାନିକ ମୂଲ୍ୟ ପ୍ରାୟ ୪୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି।