ଭୁବନେଶ୍ୱର: ଘରୋଇ ମେଡିକାଲ କଲେଜରେ ଆଡମିଶନ କରାଇ ଦେବା ନାଁରେ ୬୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ଯୁବକକୁ ଖଣ୍ଡଗିରି ପୋଲିସ ଗିରଫ କରିଛି। ସିଟ୍ ବ୍ରୋକୋରିଂ କରୁଥିବା ଗିରଫ ଯୁବକର ନାଁ ସ୍ୱରୁପ ରାଉତ। ଏହା ଏକ ସୁଚିନ୍ତିତ ରାକେଟର ଅନ୍ୟ ଦୁଇଜଣ ଏବେବି ଫେରାର ଥିବା ପୋଲିସ ସୂଚନା ଦେଇଛି। ଏମାନେ ଦୁଇଜଣ ଅଭିଭାବକଙ୍କଠାରୁ କୋଟା ସିଟରେ ଆଡମିଶନ କରାଇବା ପାଇଁ ୬୦ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ନେଇଥିଲେ। ପରବର୍ତ୍ତି ପର୍ଯ୍ୟାୟରେ ଆଡମିଶନ ନ ହୋଇପାରିବାରୁ ଅଭିବାବକମାନେ ଏନେଇ ଖଣ୍ଡଗିରିଥାନାରେ ସିଟ୍ ବ୍ରୋକରିଂ କରୁଥିବା ସ୍ୱରୁପ ବିରୋଧରେ ମାମଲା ରୁଜୁ କରିଥିଲେ। ପୋଲିସ ସ୍ୱରୁପକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ଦୁଇ ବର୍ଷ ହେଲା ସେ ଏହି କାରବାର କରି ଆସୁଥିବାବେଳେ, ମେଡିକାଲ ସିଟ ବାବଦରେ ଲକ୍ଷ ଲକ୍ଷ ଟଙ୍କା ପାଇଥାଏ ବୋଲି ପ୍ରକାଶ କରିଛି। ଏନେଇ ସଂପୃକ୍ତ ଘରୋଇ କଲେଜ ମ୍ୟାନେଜମେଣ୍ଟ ମାଧ୍ୟମରେ ସେ ଏହି କାରବାର କରୁଥିବା ସ୍ୱରୁପ ପ୍ରକାଶ କରିଛି। କେବଳ ଓଡିଶା ନୁହେଁ, ରାଜ୍ୟ ବାହାରୁ ଛାତ୍ର, ଛାତ୍ରୀ କମ୍ ରାଙ୍କ୍ ରଖି ମଧ୍ୟ ମେଡିକାଲ ଆଡମିଶନ କରିଥିବା ସେ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଦୁଇ ଶ୍ରମିକଙ୍କୁ ଅପହରଣ କରି ମାଗୁଥିଲେ ଟଙ୍କା, ବନ୍ଧା ହେଲେ ଦୁଇ ଯୁବକ
ଗତ ୫ ତାରିଖ ଦିନ ହାଡିଆପଠାରେ କିଛି ନିଶାସକ୍ତ ଯୁବକଙ୍କ ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ଏହାପରେ ଯୁବକମାନେ ଦୁଇ ଶ୍ରମିକଙ୍କୁ ଉଠାଇ ନେଇ ଯୋବ୍ରା ଅଞ୍ଚଳର ପରିତ୍ୟକ୍ତ ଘରେ ରଖିଥିଲେ।
Crime
ରାଜଧାନୀରେ ଚାଞ୍ଚଲ୍ୟ; ଚଳନ୍ତା ସ୍କୁଟିରେ ଯାଉଥିବା ଯୁବକଙ୍କୁ ଚୋଟ, ମୁଣ୍ଡ-ଗଣ୍ଡି ଅଲଗା
ଆଜି ସକାଳ ପ୍ରାୟ ୮ଟା ବେଳେ ରସୁଲଗଡ଼ରୁ ବାଣୀବିହାର ଓଭରବ୍ରିଜ ଉପରେ ଜଣେ ଯୁବକ ସ୍କୁଟିରେ ଯାଉଥିଲେ। ଏହି ସମୟରେ ପଛରୁ ଏକ ବାଇକ୍ରେ ଆସିଥିବା ଦୁଇ ଯୁବକ ଚଳନ୍ତା ଗାଡ଼ିରେ ଯାଉଥିବା ଯୁବକଙ୍କୁ ଏକ ମାରଣାସ୍ତ୍ରରେ ଚୋଟ ପକାଇଥିଲେ।
Crime
ପୁଲିସ୍ ମାରିଛି ପୋଷ୍ଟର- ଅଭିଯୁକ୍ତକୁ ଧରାଇ ଦିଅ, ଲକ୍ଷେ ଟଙ୍କା ନିଅ
ସଂପୃକ୍ତ ଅଭିଯୁକ୍ତର ୨ଟି ଫଟୋ ଜାରି କରିଛି ସମ୍ବଲପୁର ପୁଲିସ୍। କୌଣସି ବ୍ୟକ୍ତି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେଲେ ତାଙ୍କୁ ଲକ୍ଷେ ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୁଲିସ କହିଛି।
Crime
ସେହି କାଳ ରାତି ନେଇଗଲା ୨ ବିଜେପି ନେତାଙ୍କ ଜୀବନ
କାରରେ ଥିଲେ ୬ ଜଣ। ଆଗରେ ବସିଥିଲେ ଡ୍ରାଇଭରଙ୍କ ସମେତ ୨ ଜଣ। ପଛରେ ବସିଥିଲେ ୪ ଜଣ। ହାଇୱା ୩ ଥର ଦେଇଥିଲା ଧକ୍କା। ଏଥିରେ ବିଜେପିର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଥିଲା।
Crime
ଘରେ ଚୋରି କରିବାକୁ ପଶିଥିଲା ଚୋର, କିଛି ନମିଳିବାରୁ ମହିଳାଙ୍କୁ...
ଚୋରି କରିବାକୁ କୌଣସି ମୂଲ୍ୟବାନ ସାମଗ୍ରୀ ନପାଇବାରୁ ଘରେ ଥିବା ମହିଳାଙ୍କୁ ଚୁମ୍ବନ ଦେଇ ପଳାଇଲା ଚୋର। ମହିଳାଙ୍କ ଅଭିଯୋଗ ପରେ ଅଭିଯୁକ୍ତ ଚୋରକୁ ଧରିଛି ପୁଲିସ।