ମୋହନା: ୧୦ କେଜି ଗଞ୍ଜେଇ ଜବତ, ୪ ଗିରଫ

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ଅଠର ନଳା ପୋଲ ନିକଟରୁ ଆଜି ସକାଳେ ଏକ କାର୍‌ରୁ ୧୦ କେଜି ଗଞ୍ଜେଇ ପୋଲିସ୍‌ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଥାନା ଅଧିକାରୀ କହିଛନ୍ତି।

 ଆଜି ସକାଳ ପ୍ରାୟ ୬ଟା ସମୟରେ ପୋଲିସ୍ ପେଟ୍ରୋଲିଂ ସାରି ଫେରୁଥିବା ବେଳେ ସନ୍ଦେହ ଜନକ ଅବସ୍ଥାରେ ଏକ କାର୍ ଆସୁଥିବା ଦେଖି  ଅଟକାଇ ଥିଲା।  ଗାଡିଟିକୁ ଖାନତଲାସି କରିବା ବେଳେ ଗଞ୍ଜେଇ ଦେଖିବାକୁ ମିଳିଥିଲା।